ଓ୍ବାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ହେବ କ୍ବାରେଣ୍ଟାଇନ୍‌ ସେଣ୍ଟର, ଏନେଇ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌କୁ ପତ୍ର ଲେଖିଲା ବିଏମ୍‌ସି

Published: May 16, 2020, 9:40 am IST

ମୁମ୍ବାଇ : ମୁମ୍ବାଇରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଭାରତରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ଓ ପୁଣେ ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ରୂପେ ପରିଚିହ୍ନିତ ହୋଇଛି ।  କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଦେଖି ଏବେ ଅଧିକ କ୍ବାରେଣ୍ଟାଇନ୍‌ ସେଣ୍ଟର ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ମୁମ୍ବାଇ ମହାନଗର ପାଳିକା (ବିଏମସି) ଓ୍ବାଙ୍ଖେଡ୍‌ ଷ୍ଟାଡିୟମ୍‌କୁ କ୍ବାରେଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ଏବେ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌କୁ ପତ୍ର ଲେଖିଛି ।

ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମ୍‌ରେ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇ ଏଠାରେ ଇମରଜେନ୍ସି ଷ୍ଟାପ୍‌ଙ୍କୁ ରଖାଯିବାର ଯୋଜନା କରାଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 1,576ଟି ନୂତନ ମାମଲା ଆସିଛି । ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ 1,068ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମୁମ୍ବାଇରେ ଏପର୍ଯ୍ୟନ୍ତ 655ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ ମୁମ୍ବାଇରେ 34 ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 29 ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)

Related posts