ଆଜି ନୂଆ 65 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 737ରେ ପହଞ୍ଚିଲା

Published: May 16, 2020, 9:54 am IST

ଭୁବନେଶ୍ବର: ଆଜି ରାଜ୍ୟରେ ନୂଆ 65 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କସଂଖ୍ୟା 700 ଡେଇଁଛି।

65 ଜଣ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 13, ଯାଜପୁରରୁ 31, କଟକରୁ 6, କେନ୍ଦ୍ରାପଡାରୁ 4, ପୁରୀରୁ 4, ଖୋର୍ଦ୍ଧାରୁ 3, ମୟୂରଭଞ୍ଜ ଓ ନୟାଗଡରୁ 2ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି।

ଏବେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ 737ରେ ପହଞ୍ଚିଛି। ଏବେ ରାଜ୍ୟରେ 568ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 166 ଜଣ ଓ ତିନିଜଣ ମୃତ୍ୟୁବରଣ କରିଛନ୍ତି।

ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇଲେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 277ରେ ପହଞ୍ଚିଥିବାବେଳେ, ଯାଜପୁରରେ 121, ବାଲେଶ୍ବର 102, ଖୋର୍ଦ୍ଧା 56, ଭଦ୍ରକ 46, କେନ୍ଦ୍ରାପଡା 26, ପୁରୀ 18, କଟକ 10, ନୟାଗଡ6କୁ ବୃଦ୍ଧି ହୋଇଛି।

ଆଜି ଚିହ୍ନଟ 65 ମଧ୍ୟରୁ 62 ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିବାବେଳେ ହୋମ କ୍ବାରେଣ୍ଟିନ୍‌ରେ ତିନି ଜଣ ଚିହ୍ନଟ ହୋଇଛନ୍ତି।

Related posts