ଭୁବନେଶ୍ବର : ବଙ୍ଗୋପରେ ସୃଷ୍ଟି ହୋଇଥିବା ଆମ୍ଫାନ୍ ସୁପର ସାଇକ୍ଲୋନ୍ରେ ପରିଣତ ହୋଇପାରେ ବୋଲି ସୂଚନା ରହିଛି । ବଙ୍ଗୋପସାଗରରେ ଲଗାତର ଅଧିକ ଘନୀଭୂତ ହେଉଛି ଆମ୍ଫାନ୍ । ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଆମ୍ପାନ୍’ ଅତି ଭୀଷଣ ରୂପ ଧାରଣ କରିଛି । 12 ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ୍ରେ ପରିଣତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଜି ସନ୍ଧ୍ୟା 5.30 ସୁଦ୍ଧା ଏହା ସୁପର ସାଇକ୍ଲୋନ୍ରେ ପରିଣତ ହୋଇପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହା ଘଣ୍ଟା ପ୍ରତି 220ରୁ 265 କିମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି। ଏବେ ଏହା ଘଣ୍ଟାକୁ 13 କି.ମି. ବେଗରେ ଗତି କରିବା ସହ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଉଛି। ଏବେ ପାରାଦୀପ ଠାରୁ 790 କି.ମି ଦୂରରେ ରହିଥିବାବେଳେ ଦୀଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ 940 କିମି ଦୂରରେ ଆମ୍ପାନ୍ ରହିଛି। 20 ତାରିଖରେ ଏହା ଦୀଘା ଓ ହାତିଆ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
Tags: ଆମ୍ପାନ୍, ସୁପର ସାଇକ୍ଲୋନ୍