ଭାରତରେ ଚିନ୍ତା ବଢାଉଛି କରୋନା  : ଗତ 24 ଘଣ୍ଟାରେ 157 ମୃତ୍ୟୁ

Published: May 18, 2020, 11:02 am IST

ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍‌ ଡାଉନ୍‌ -4 ଜାରି ହୋଇଛି । ଏହା ମେ 31 ପର୍ଯ୍ୟନ୍ତ ଲାଗୁ ରହିବ । ଲକ୍ ଡାଉନ୍‌ ଜାରି ରହିଥିବା ସତ୍ତ୍ବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ 5242ଟି ମାମଲା ଆସିଥିବାବେଳେ 157ଜଣଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 96 ହଜାର 169ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 3000 ଟପି ସାରିଛି । ଏପର୍ଯ୍ୟନ୍ତ ଏହି ରୋଗରୁ ସୁସ୍ଥ ହୋଇଛନ୍ତି 37, 078ଜଣ ।

କେଉଁ ରାଜ୍ୟରେ କରୋନା ମୃତ୍ୟୁ କେତେ

ମହାରାଷ୍ଟ୍ରରେ ସର୍ବାଧିକ 1198 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ ଗୁଜୁରାଟରେ 659ଜଣ, ମଧ୍ୟପ୍ରଦେଶରେ 248ଜଣ, ପଶ୍ଚିମବଙ୍ଗରେ 238 ଜଣ, ରାଜସ୍ଥାନରେ 131 ଜଣ, ଦିଲ୍ଲୀରେ 160 ଜଣ, ଉତ୍ତରପ୍ରଦେଶରେ 104 ଜଣ, ଆନ୍ଧ୍ରପ୍ରଦେଶରେ 50 ଜଣ, ତାମିଲନାଡୁରେ 78 ଜଣ, ତେଲେଙ୍ଗାନାରେ 34 ଜଣ, କର୍ଣ୍ଣାଟକରେ 37 ଜଣ, ପଞ୍ଜାବରେ 35 ଜଣ, ଜମ୍ମୁ-କାଶ୍ମୀରରେ 13 ଜଣ, ହରିୟାଣାରେ 14 ଜଣ, ବିହାରରେ 8 ଜଣ, କେରଳରେ 4, ଓଡ଼ିଶାରେ 4, ଝାଡଖଣ୍ଡ, ଚଣ୍ଡୀଗଡ ଓ ହିମାଚଳ ପ୍ରଦେଶରେ ତିନି ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଆସାମରେ 2 ଓ ମେଘାଳୟରେ ଜଣେ ମୃତ୍ୟୁବରଣ କରିଛନ୍ତି ।

Related posts