Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ : ଟୁଇଟ୍‌ ଯୋଗେ ସୂଚନା ଦେଲେ ଜିଲ୍ଲାପାଳ
ଆଜିର ଖବର

ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ : ଟୁଇଟ୍‌ ଯୋଗେ ସୂଚନା ଦେଲେ ଜିଲ୍ଲାପାଳ

May 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ଦେଇଛି।    ଏହି ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 70 ବର୍ଷୀୟ ବୃଦ୍ଧ ରହିଥିଲେ । ସମେସ୍ତ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବାର ସୂଚନା ରହିଛି ।

ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହୋଇଥିଲା । ଏବେ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁନଶ୍ଚ ଏହି ଜିଲ୍ଲାଟି ଗ୍ରୀନ୍‌ ଜୋନରେ ପରିବର୍ତ୍ତନ ହେବା ନେଇ ଆଶା ସୃଷ୍ଟି ହୋଇଛି ।  ସେହିପରି ଜିଲ୍ଲାରେ ୧୫ ତାରିଖରେ ୧୨୩ଟି ନମୁନା ପରୀକ୍ଷଣ ହେବାକୁ ଯାଇଥିବାବେଳେ ୭୩ଟି ନେଗେଟିଭ୍‌ ଆସିଥିବାବେଳେ 50ଟି ରିପୋର୍ଟର ଫଳାଫଳ ଆସିନାହିଁ।

ଶନିବାର ଦିନ ଜଗତସିଂହପୁରକୁ ୬୪୮ଜଣ ପ୍ରବାସୀ ଆସିଥିବାବେଳେ ଏହି ପ୍ରବାସୀମାନଙ୍କୁ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି। ଏହି କ୍ରମରେ ନାଉଗାଁ ବ୍ଲକକୁ ୫୬ଜଣ, ଜଗତସିଂହପୁର ବ୍ଲକକୁ ୧୧୬ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିକୁ ୧୬ଜଣ, ବାଲିକୁଦା ବ୍ଲକକୁ ୧୬୭ଜଣ, କୁଜଙ୍ଗ ବ୍ଲକକୁ ୩୧ଜଣ, ଏରସମା ବ୍ଲକକୁ ୭୯ଜଣ, ତିର୍ତ୍ତୋଲ ବ୍ଲକକୁ ୧୩୫ଜଣ, ରଘୁନାଥପୁର ବ୍ଲକକୁ ୩୬ଜଣ, ବିରିଡ଼ି ବ୍ଲକକୁ ୪୭ଜଣ ଏବଂ ପାରାଦ୍ବୀପ ମ୍ୟୁନିସିପାଲିଟିକୁ ୦୧ଜଣଙ୍କୁ ସଂଗରୋଧରେ ପଠାଯାଇଛି। ଗତ ମେ ମାସ ୧୩ତାରିଖ ଓ ୧୪ତାରିଖରେ ସଂଗୃହୀତ ହୋଇଥିବା ସ୍ୱାବ ରିପୋର୍ଟ ମଧ୍ୟରୁ ୨୫୬ଟି ନେଗେଟିଭ ଆସିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

କେବଳ ମେ ୧୪ତାରିଖର ରିପୋର୍ଟ ଆସିବା ବାକିଅଛି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ଥିବା ନେଗେଟିଭ କେସ୍ ଗୁଡିକୁ ହୋମ୍ କ୍ୱାରେଣ୍ଟାଇନ୍ ରେ ଯିବାକୁ ଅନୁମତି ଦେବାକୁ ସମସ୍ତ ବିଡିଓ ଏବଂ ସି. ଏଚ୍.ସି ସୁପରିଟେଣ୍ଡେଣ୍ଟଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏସ୍.ଭି.ଏମ୍ କଲେଜରେ ପ୍ରବାସୀ ମାନଙ୍କୁ ଟିଫିନ୍,ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ, ପାନୀୟଜଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି।

ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍‌’କୁ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ପାରାଦ୍ବୀପ ପୌରପରିଷଦ ପକ୍ଷରୁ ମଙ୍ଗଳବାର ମାଇକ୍ ମାଧ୍ୟମରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପ୍ରଚାର ପ୍ରସାର କରାଯାଇଛି।

ଜଗତସିଂହପୁରଜିଲ୍ଲାପାଳ ସୁସ୍ଥ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.