Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ଜଟିଳ ହେଉଛି କରୋନାସ୍ଥିତି : ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, 24 ଘଣ୍ଟାରେ 134 ମୃତ
ଆଜିର ଖବର

ଭାରତରେ ଜଟିଳ ହେଉଛି କରୋନାସ୍ଥିତି : ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, 24 ଘଣ୍ଟାରେ 134 ମୃତ

May 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ସ୍ଥିତି ଚିନ୍ତାଜନକ ଭାରତରେ ମଧ୍ୟ ସ୍ଥିତି ଵେକାବୁ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଚିନ୍ତା ମଧ୍ୟ ବଢୁଛି । ଦେଶରେ ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  1 ଲକ୍ଷ ପାର ହୋଇଥିବା ବେଳେ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 3 ହଜାର ଟପିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଗତ 24 ଘଣ୍ଟାରେ ଦେଶରେ 4970ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ 134 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 1 ହଜାର 139ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 3161 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 39,174 ଜଣ ସୁସ୍ଥ ହୋଇଛନ୍ତି।

ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି।  ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ 35 ହଜାର 58 କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 1249 ଜଣ ପ୍ରାଣ ହରାଇଛନ୍ତି। ସେହିପରି ତାମିଲନାଡୁରେ 11 ହଜାର 760 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 82 ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ 11 ହଜାର 746 ସଂକ୍ରମିତ ଓ 694 ମୃତ, ଦିଲ୍ଲୀରେ 10 ହଜାର 54 ଆକ୍ରାନ୍ତ ହୋଇଥିବାବେଳେ 160 ମୃତ ।  ରାଜସ୍ଥାନରେ 138 ମୃତବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 5507। ମଧ୍ୟପ୍ରଦେଶରେ 5236 ଜଣ ସଂକ୍ରମିତ ହୋଇଥିବାବେଳେ 252 ଜଣ ମୃତ୍ୟୁବରଣ କରିଛନ୍ତି ।  ଉତ୍ତରପ୍ରଦେଶରେ 4605 ଆକ୍ରାନ୍ତ ରହିଥିବାବେଳେ 118 ମୃତ, ପଶ୍ଚିମବଙ୍ଗରେ 2825 ଆକ୍ରାନ୍ତ ଓ 244ମୃତ,  ଆନ୍ଧ୍ରପ୍ରଦେଶରେ 2432 ସଂକ୍ରମିତ ହୋଇଥିବାବେଳେ 50 ଜଣଙ୍କ ମୃତ ହୋଇଛି ପଞ୍ଜାବରେ 1980ଜଣ ସଂକ୍ରମିତ ହୋଇଥିବାବେଳେ 37 ଜଣ ପ୍ରାଣ ହାରିଛନ୍ତି ।

ସେହିପରି ତେଲେଙ୍ଗାନାରେ 1592 ସଂକ୍ରମିତ ଓ 34 ମୃତ, ବିହାରରେ 1423 ଆକ୍ରାନ୍ତ ଓ 9 ମୃତ, ଜାମ୍ମୁ-କାଶ୍ମୀରରେ 1289 ଆକ୍ରାନ୍ତ ଓ 15ମୃତ, କର୍ଣ୍ଣାଟକରେ 1246 ସଂକ୍ରମିତ ହୋଇଥିବାବେଳେ 37 ଜଣଙ୍କ ମୃତ୍ୟୁ ଘଟିଛି। ହରିୟାଣାରେ 928 ଜଣ ଆକ୍ରାନ୍ତ ରହିଥିବାବେଳେ 14 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡ଼ିଶାରେ 876 ଜଣ ଆକ୍ରାନ୍ତ ଥିବାବେଳେ 4 ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 631 ରହିଛି । ଆସାମରେ 116 ଜଣ ଆକ୍ରାନ୍ତ ରହିଥିବାବେଳେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଝାଡଖଣ୍ଡ ଓ ଚଣ୍ଡୀଗଡରେ ତିନି ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ଏହି ଦୁଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ 228 ଓ 196 ରହିଛି । ହିମାଚଳ ପ୍ରଦେଶରେ 90 ଜଣ ଆକ୍ରାନ୍ତ ରହିଥିବାବେଳେ ଜଣକର ତିନି ଜଣଙ୍କର ମୃତ୍ୟୁ ହୋଇଛି । ମେଘାଳୟରେ 13 ଜଣ ଆକ୍ରାନ୍ତ ଥିବାବେଳେ ଜଣକର ମୃତ୍ୟୁ ହୋଇଛି ।

କରୋନାଅପଡେଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025

ସୱାଇ ମାନସିଂହ ହସ୍ପିଟାଲର ଆଇସିୟୁରେ ବଡ଼ ଅଗ୍ନିକାଣ୍ଡ: ଛଅ ରୋଗୀଙ୍କ ମୃତ୍ୟୁ

October 6, 2025

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

October 6, 2025

ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ମିଳିବ ଆଶୀର୍ବାଦ

October 6, 2025
Latest News

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025

ସୱାଇ ମାନସିଂହ ହସ୍ପିଟାଲର ଆଇସିୟୁରେ ବଡ଼ ଅଗ୍ନିକାଣ୍ଡ: ଛଅ ରୋଗୀଙ୍କ ମୃତ୍ୟୁ

October 6, 2025

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

October 6, 2025

ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ମିଳିବ ଆଶୀର୍ବାଦ

October 6, 2025

ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ ବିଜୟ: ପାକିସ୍ତାନର ପୁଣି ଲଜ୍ଜାଜନକ ପରାଜୟ

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.