କରୋନା ନେଲା ଆଉ ଏକ ଜୀବନ

Published: May 19, 2020, 10:32 am IST

ଭୁବନେଶ୍ବର : ରାଜ୍ୟରେ କରୋନା ଆଉ ଏକ ମୁଣ୍ଡ ନେଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡିଛି । ମୃତକଙ୍କ ବୟସ 75 ବର୍ଷ ହୋଇଥିବାବେଳେ ସେ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ । 17 ତାରିଖ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଫୁସ୍‌ଫୁସ୍‌ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ ।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ଓ ଗଞ୍ଜାମରୁ ଦୁଇଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ । ଏବେ  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି । ସୂଚନାଯୋଗ୍ୟରେ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 978ରେ ପହଞ୍ଚିଛି।

Related posts