ବିଦ୍ୟୁତ୍‌ ତାର ଲାଗି ଶ୍ବଶୁର ବୋହୂ ମୃତ

Published: May 19, 2020, 11:31 am IST

ବାଲେଶ୍ବର : ବାଲେଶ୍ବରର ସଦର ଥାନା ନନ୍ଦା ଗ୍ରାମରେ ଏକ ଅଭାବନୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ବଶୁର ବୋହୂ ମୃତ୍ୟୁବରଣ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଘରକୁ ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ ସଜାଡୁଥିଲେ ଶ୍ବଶୁର। ପ୍ରଥମେ ଶ୍ବଶୁର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଶ୍ବଶୁରଙ୍କୁ ଉଦ୍ଧାର କରିବାକୁ ଯାଇ ବୋହୂ ମଧ୍ୟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣାରେ ଶ୍ବଶୁର ସହ ବୋହୂଙ୍କର ମୃତ୍ୟୁ ହୋଇଛି ।

Related posts