ରାଜ୍ୟରେ ପୁଣି ଆଉ ଏକ ମୁଣ୍ଡ ନେଲା କରୋନା

Published: May 20, 2020, 10:30 am IST

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ଜଣକର ମୃତ୍ୟୁ ହୋଇଛି।  ମୃତକ ଜଣକ ଖୋର୍ଦ୍ଧାର ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣା ପଡିଛି। ଏବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ହୋଇଛି। ଗତକାଲି କଟକ ରୁ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଆଜି ଖୋର୍ଦ୍ଧାରୁ ଜଣକର ମୃତ୍ୟୁ ହୋଇଛି। ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲା ରୁ ୭ ଜଣ ନୂତନ ପୋଜିଟିଭ ଜଣା ପଡିଛନ୍ତି। ଏବେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତ  ସଂଖ୍ୟା ୧୦୫୨ କୁ ବୃଦ୍ଧି ହୋଇଛି।

Related posts