
ଭୁବନେଶ୍ବର: ରାଜ୍ୟରେ ଆଉ 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 74 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ସର୍ବାଧିକ 28, ଗଞ୍ଜାମରୁ 6, ଖୋର୍ଦ୍ଧାରୁ 7, ପୁରୀ ରୁ 11, କଟକ ରୁ 9, ଯାଜପୁରରୁ 6, କେନ୍ଦ୍ରପଡା ରୁ 2, ମାଲକାନଗିରି ରୁ 2, ବାଲେସୋର ରୁ 1, ଢେଙ୍କାନାଳ ରୁ 1 ଓ କନ୍ଧମାଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତ କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1052କୁ ବୃଦ୍ଧି ହୋଇଛି। ରାଜ୍ୟ ରେ ଆକ୍ଟିଭ୍ କେସ୍ 739 ରହିଥିବା ବେଳେ 307 ଜଣ ସୁସ୍ଥ ହୋଇଛନ୍ତି। ସେହିପରି 6 ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି,। ଆଜି ମାଲକାନଗିରି ଜିଲ୍ଲାକୁ ଛୁଇଁଛି କରୋନା ।