ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍ 1ରୁ ରେଲଓ୍ବେ ପକ୍ଷରୁ 200ଟି ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ 10ଟାରୁ ଅନ୍ ଲାଇନ୍ରେ ଟିକେଟ ବୁକିଂ ଆରମ୍ଭ ହେବ। ଏସ୍, ନନ୍-ଏସି ଓ ଜେନେରାଲ୍ କ୍ଲାସ୍ କୋଚ୍ ପାଇଁ ରିଜର୍ଭେସନ ରହିବ। ଏହାବ୍ୟତୀତ ଆରଏସି ଏବଂ ଓ୍ବେଟିଂ ଲିଷ୍ଟ୍ ପ୍ରସ୍ତୁତ ହେବ। କିନ୍ତୁ ଓ୍ବେଟିଂ ଲିଷ୍ଟ୍ ଟିକେଟଧାରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଜେନେରାଲ୍ କ୍ଲାସ୍ରେ ସେକେଣ୍ଡ ସିଟିଂ ଫେୟାର ଚାର୍ଜ କରାଯିବ। ଆଗୁଆ ରିଜର୍ଭେସନ୍ ପାଇଁ ସର୍ବାଧିକ 30 ଦିନ ସମୟ ରହିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ସହ ପରାମର୍ଶ ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଜୁନ୍ 1ରୁ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ଚାଲିବ 12 ଯୋଡା ଟ୍ରେନ୍। ଏହି 12 ଯୋଡା ଟ୍ରେନ୍ ମଧ୍ୟରେ ଭୁବନେଶ୍ବର –ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ବର – ହାଓ୍ବଡା ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ପୁରୀ – ନୂଆଦିଲ୍ଲୀ ପୁରୁଷୋତ୍ତମ ଓ ପୁରୀ – ସିଆଲଦା ଦୁରନ୍ତ ଏକ୍ସପ୍ରେସ୍ ଚାଲିବ। ବିଶାଖାପାଟଣା – ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍ ଚାଲିବ। ସିକନ୍ଦରାବାଦ – ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍ ଚାଲିବ। ହାଓ୍ବଡ଼ା-ସିକନ୍ଦରାବାଦ ଫାଲକନାମା ଓ ଧାନବାଦ – ଆଲେପି ଏକ୍ସପ୍ରେସ, ହାଓ୍ବାଡ଼ା – ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ଚଳାଚଳ କରିବ। ହାଓ୍ବଡ଼ା-ମୁମ୍ବାଇ, ହାଓ୍ବଡ଼ା-ଅହମ୍ମଦାବାଦ ଓ ହାଓ୍ବଡ଼ା- ବଡ଼ବିଲ ଏକ୍ସପ୍ରେସ୍ ଗଡିବ।