Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମ୍ପାନ୍‌ ଅପଡେଟ୍‌ : ଦୁର୍ବଳ ହୋଇଚାଲିଛି ବାତ୍ୟା ଆମ୍ଫାନ୍‌
ଆଜିର ଖବର

ଆମ୍ପାନ୍‌ ଅପଡେଟ୍‌ : ଦୁର୍ବଳ ହୋଇଚାଲିଛି ବାତ୍ୟା ଆମ୍ଫାନ୍‌

May 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିବା ବାତ୍ୟା ଆମ୍ଫାନ୍‌ ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ପଶ୍ଚିମବଙ୍ଗ ଅତିକ୍ରମ କରି ବାଂଲାଦେଶ ମୁହାଁ ହୋଇଛି । ସୁପର ସାଇକ୍ଲୋନିକ୍‌ ଷ୍ଟର୍ମରୁ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଇଛି ଆମ୍ଫାନ୍‌ । ପଶ୍ଚିମବଙ୍ଗ ଉପକୂଳ ପାଇଁ ସାଇକ୍ଲୋନିଂ ଓ୍ବାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଆଡକୁ ଗତିଶୀଳ କରୁଛି । ଗତ 6 ଘଣ୍ଟା ଧରି ଘଣ୍ଟାକୁ 30 କିମି ବେଗରେ ଗତି କରୁଛି ଆମ୍ଫାନ୍‌ । ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର 210 କିମି ଦୂରରେ ରହିଛି ଆମ୍ପନ୍‌ । ସେହିପରି ପଶ୍ଚିମବଙ୍ଗ ଦୀଘାଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ 340 କିମି ଦୂରରେ ରହିଛି ଆମ୍ଫାନ୍‌ । ସେହିପରି ସାଗର ଦ୍ବୀପଠୁ 300 କିମି ଦୂରରେ ଓ ବାଂଲାଦେଶର ଖେପୁପରାଠୁ 260 କିମି ଦୂରରେ ରହିଛି । ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେବ । ଆଗାମୀ ତିନି ଘଣ୍ଟା ପରେ ଡିପ୍‌ ଡିପ୍ରେସନ୍‌ । 6ଘଣ୍ଟା ପରେ ଡିପ୍ରେସନ୍‌ରେ ପରିଣତ ହେବ ।

ତେବେ ଆମ୍ପାନ୍‌ ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଂଶରେ ନିଜର କାୟା ଦେଖାଇଛି । ଏଠାରେ ପ୍ରବଳ ପବନ ସହିତ ମୂଷଳଧାରରେ ବର୍ଷା ମଧ୍ୟହୋଇଛି । ଦୁଇ ରାଜ୍ୟର କିଛି ଅଂଶରେ ଗଛ ଭାଙ୍ଗି ପଡିଛି । ବାତ୍ୟା ଆମ୍ପାନ୍‌ ସୁନ୍ଦରବନରେ ଲ୍ୟାଣ୍ଡ ହେବା ପରେ ବାତ୍ୟାର ଖଣ୍ଡପ୍ରଳୟ ଦେଖିବାକୁ ମିଳିଛି । ଭୀଷଣ ପବନ ସହ ଗଛ ଓ ଘର ଦ୍ବାର ଭାଙ୍ଗିଛି ।  ପଶ୍ଚିମବଙ୍ଗର ମେଦିନିପୁର,  ଉତ୍ତର 24 ପ୍ରାଗଣା, ଦକ୍ଷିଣ 24 ପ୍ରାଗଣା ଆଦି ଅଞ୍ଚଳରେ ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି ।ପୂର୍ବରୁ  ପଶ୍ଚିମବଙ୍ଗରେ ଏପରି ବାତ୍ୟା 1737 ମସିହାରେ ଆସିଥିଲା ବୋଲି ସୂଚନା ରହିଛି । (ଏଜେନ୍ସି)

ଆମ୍ପାନ୍‌ ଓଡିଶା ପଶ୍ଚିମବଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.