ଭୁବନେଶ୍ବର : ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । କରୋନା ପରିପ୍ରେକ୍ଷୀରେ ଘରୋଇ ବିମାନ ପାଇଁ ଏଏଆଇର ଏସ୍ଓପି ଜାରି କରିଛି । ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଟ୍ୟାକ୍ସି/ଅନ୍ୟ ପରିବହନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଏଏଆଇର ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ବ ରକ୍ଷା କରି ଗାଡି ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାଫିକ୍ ପୋଲିସ୍ ଓ ସିଆଇଏସ୍ଏଫ୍ ଦ୍ବାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ। ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ କରିବେ । ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ନ କଲେ ପ୍ରବେଶ ମନା । 14ବର୍ଷରୁ କମ୍ ପିଲାଙ୍କୁ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ମନା । ପ୍ରବେଶ ଦ୍ବାରରେ ଥର୍ମାଲ ସ୍କ୍ରିନିଂ ବେଳେ ଯାତ୍ରୀ ସହଯୋଗ କରିବେ । ଯାତ୍ରୀ ମାନେ ବିମାନ ବନ୍ଦରରେ ଭଲ ଭାବରେ ପହଞ୍ଚିବା ଉଚିତ୍ । ସେମାନଙ୍କୁ ବିମାନ ସମୟର ଦୁଇ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପଡିବ ।