Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେପୋ ରେଟ୍‌ କମାଇଲା ଆରବିଆଇ
ଆଜିର ଖବର

ରେପୋ ରେଟ୍‌ କମାଇଲା ଆରବିଆଇ

May 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଯୋଗୁଁ ଦେଶର ସ୍ଥିତି ସଂକଟଜନକ ଅବସ୍ଥାରେ ରହିଛି । ଏହା ମଧ୍ୟରେ ଆରବିଆଇ ଆଜି ବଡ ଘୋଷଣା କରିଛନ୍ତି । ରେପୋ ରେଟ୍‌ କମାଇଛି ଆରବିଆଇ । ରେପୋ ରେଟ୍‌କୁ 40 ବେସିସ୍‌ ପଏଣ୍ଟ ହ୍ରାସ ଲାଗି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏବେ ରେପୋ ରେଟ୍‌ 4.4%ରୁ 4%କୁ ହ୍ରାସ ପାଇଛି । ରିଭର୍ସ ରେପୋ ରେଟ୍‌ 3.35 ପ୍ରତିଶତ ହ୍ରାସ ପାଇଛି ।  ଏହି ନିୂଆ ନିୟମ ଦ୍ବାରା ବ୍ୟାଙ୍କ ଋଣ ଶସ୍ତା ହେବ ବୋଲି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ।

ଇଏମ୍‌ଆଇ ଶସ୍ତା ହେବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ପୁଣି ତିନିମାସ ବ୍ୟାଙ୍କ ଇଏମ୍‌ଆଇ ଘୁଞ୍ଚାଇବାକୁ ଆରବିଆଇ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ଜୁନ୍‌ 1ରୁ ଅଗଷ୍ଟ 31 ଯାଏଁ ଇଏମ୍‌ଆଇ ଘୁଞ୍ଚାଇବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର । ମାର୍ଚ୍ଚ 27ରୁ ଘୋଷିତ ତିନି ମାସ କୋହଳ ଅଗଷ୍ଟ 31 ଯାଏଁ ବଳବତ୍ତର ରହିବ । ପୁଣି ତିନି ମାସ କୋହଳ ପାଇଁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆହୋଇଛି ।  ଅର୍ଥାତ୍‌ 6 ମାସ ଯାଏ ବ୍ୟାଙ୍କ ଗ୍ରାହକଙ୍କୁ ଇଏମଆଇ ପୈଠ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର।

କରୋନା ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଛି । ଲକ୍‌ ଡାଉନ୍‌ ଯୋଗୁଁ ଆବଶ୍ୟକତା ଓ ଉତ୍ପାଦନ ପ୍ରଭାବିତ ହୋଇଛି । 6ଟି ବଡ ରାଜ୍ୟରେ ଔଦ୍ୟୋଗିକ ଉତ୍ପାଦନ ଠପ୍‌ ହୋଇଛି। 2020-2021ରେ ଜିଡିପିରେ ନକାରାତ୍ମକ ପ୍ରଭାବ ପଡିବାର ସମ୍ଭାବନା ରହିଛି । ରାଜ୍ୟଗୁଡିକ ଭୋଗୁଥିବା ଆର୍ଥିକ ସଂକଟର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଓ ଆଗାମୀ ସମୟରେ କରାଯିବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ।

rbi shaktikantadas
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.