ଅଣ୍ଡରଗ୍ରାଉଣ୍ଡ ଗାତରେ ପଶି ତିନି ଭାଇ ମୃତ

Published: May 23, 2020, 8:42 am IST

ମୋହନା : ଅଣ୍ଡରଗ୍ରାଉଣ୍ଡରୁ ବାହାରି ନ ପାରି ତିନି ଭାଇଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ଗାଁରେ ଘଟିଛି । ଘର ଭିତରେ ଥିବା 6 ଫୁଟ ତଳକୁ ଅଣ୍ଡଗ୍ରାଉଣ୍ଡରେ ଫଶି ତିନି ଭାଇଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ । ସେମାନଙ୍କ ବୟସ ଯଥାକ୍ରମେ 24, 27, 30 ବର୍ଷ ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତ୍ରିରେ ମଝିଆ ପୁଅ କିଛି ଜିନିଷ ପତ୍ର ରଖିବା ପାଇଁ ଅଣ୍ଡରଗ୍ରାଉଣ୍ଡକୁ ଯାଇଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନପାରିବାକୁ ତାଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇଭାଇ ମଧ୍ୟ ଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଅଣ୍ଡରଗ୍ରାଉଣ୍ଡରୁ ବାହାର କରିଥିଲେ । ଏହା ପରେ ତାଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ବାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବାର ଥାନାଧିକାରୀ ସୂଚନା ଦେଇଛନ୍ତି ।

Related posts