Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ରାଜ୍ୟରେ ଅନଲାଇନ୍‌ରେ ମିଳିବ ମଦ : ଜାଣନ୍ତୁ କିପରି ମଗାଇ ପାରିବେ ଆପଣଙ୍କ ପସନ୍ଦର ବ୍ରାଣ୍ଡ୍‌
ଆଜିର ଖବର

ଆଜିଠାରୁ ରାଜ୍ୟରେ ଅନଲାଇନ୍‌ରେ ମିଳିବ ମଦ : ଜାଣନ୍ତୁ କିପରି ମଗାଇ ପାରିବେ ଆପଣଙ୍କ ପସନ୍ଦର ବ୍ରାଣ୍ଡ୍‌

May 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଜୋମାଟୋକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ପାଇଁ ଅନୁମତି ମିଳିଥିବା ବେଳେ ସ୍ୱିଗିକୁ  ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ଅନୁମତି ମିଳିଛି। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସ୍ବିଗି ଓ ଜମାଟୋକୁ ଅନଲାଇନ୍‌ ମଦ ଡେଲିଭରୀ ପାଇଁ ଅନୁମତି ପ୍ରଦାନକରାଯାଇଛି । ମଦ ଉପରେ ଅତିରିକ୍ତ କୋଭିଡ୍-19 ଟ୍ୟାକ୍ସ ଲଗାଇଛନ୍ତି। ମଦ ମୂଲ୍ୟ ଅନୁସାରେ 50 ପ୍ରତିଶତ କୋଭିଡ୍‌ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହି ଫି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲଗାଯିବ ବୋଲି ସୂଚନା ରହିଛି । ଅନ୍‌ ଓ ଅଫ୍‌ ଲାଇସେନ୍ସପ୍ରାପ୍ତ ଦୋକାନ ଅର୍ଡର ପାଇ ଡିସପ୍ଲେ ରଖିବେ । ଡିସ୍‌ପ୍ଲେରେ ଫୋନ୍‌ ନମ୍ବର, ହ୍ବାଟସ୍‌ଆପ୍‌ ନମ୍ବର ଏବଂ ଇମେଲ୍‌ଆଇଡି ରହିବ । ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ । ଓଏସ୍‌ବିସି ଓ୍ବେବସାଇଟ୍‌ – osbc.co.inରେ ଜିଲ୍ଲାଓ୍ବାରୀ ତଥ୍ୟ ରହିବ । ଏହି ଓ୍ବେବସାଇଟ୍‌ରେ ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ରହିବ ।

ସେହିପରି 1 ହଜାର ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ 100ଟଙ୍କା ଦେବାକୁ ପଡିବ । ତା’ପରେ ପ୍ରତି 500 ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ 25 ଟଙ୍କା ଦେବାକୁ ପଡଇବ । ହୋମ୍‌ ଡେଲିଭରି ଚାର୍ଜ 3ଶହ ଟଙ୍କାରୁ ଅଧିକ ହୋଇପାରିବନି । ସକାଳୁ 7ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ହେବ ହୋମ୍‌ ଡେଲିଭରୀ ।  ଅର୍ଡର କରିବାର 6ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି ଦିଆଯିବ ମଦ ।

ପୂର୍ବରୁ ସ୍ବିଗି ଓ ଜମାଟୋ ମେ ୨୧ ତାରିଖରେ ରାଞ୍ଚିରେ ଅନ୍‌ଲାଇନ୍ ମଦ ଡେଲିଭରି‌ ସେବା ଆରମ୍ଭ କରିଥିଲେ। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା।

ମଦର ଅନ୍‌ଲାଇନ୍‌‌ ଅଡର୍‌ କରିବା ପୂର୍ବରୁ ପ୍ରଥମେ ସରକାରଙ୍କ ଦ୍ୱାରା ବୈଧ ପରିଚୟ ପତ୍ର ଅପ୍‌ଲୋଡ କରିବାକୁ ପଡ଼ିବ। ଫଳରେ ଗ୍ରାହକଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଯେଉଁ ଗ୍ରାହକ ଆବଶ୍ୟକୀୟ ଡାଟା ନଦେବେ ତାଙ୍କୁ ମଦର ହୋମ୍‌ ଡେଲିଭରି କରାଯିବନି ବୋଲି ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026
Latest News

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଲେ ଜେମ୍ସ ରୋଡ୍ରିଗେଜ୍

September 17, 2026

UPI ଶୁଳ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କ’ଣ କହିଲେ?

September 17, 2026

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.