ବଲବୀର ସିଂହ ସିନିୟରଙ୍କ ପରଲୋକ

Published: May 25, 2020, 10:05 am IST

ନୂଆଦିଲ୍ଲୀ: ଖ୍ୟାତନାମା ଅଲିମ୍ପିଆନ୍‌ ବଲବୀର ସିଂ ସିନିୟରଙ୍କ 95 ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମେ 8 ତାରିଖରୁ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା ରିପୋର୍ଟ ନେଗେଟିଭ୍‌ ରହିଥିଲା ।

ତିନୋଟି ଅଲମ୍ପିକ୍‌ରେ ସ୍ବର୍ଣ୍ଣ ବିଜୟୀ ହକି ଦଳରେ ସେ ପ୍ରମୁଖ ଭୂମିକାର ଗ୍ରହଣ କରିଥିଲେ ।  ଲଣ୍ଡନରେ ହୋଇଥିବା 1948 ମସିହାର ଅଲିମ୍ପିକ୍ସରେ ଭାଗ ନେଇଥିବା ଟିମ୍ ଇଣ୍ଡିଆ ହକି ଟିମ୍‌ରେ ରହିଥିବାବେଳେ 1952ରେ ହେଲସିଙ୍କି ଏବଂ 1956ରେ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ ବଲବୀର୍‌ ।

1956ରେ ମେଲ୍‌ବର୍ଣ୍ଣ ଅଲମ୍ପିକରେ ଭାରତର ଅଧିନାୟକ ହୋଇଥିଲେ । 1957 ମସିହାରେ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ବଲବୀର୍‌ ।

Related posts