କାଲିଠାରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ : ବଦଳିଲା ପୂର୍ବ ନିର୍ଦ୍ଧାରିତ ନିୟମ

Published: May 25, 2020, 2:25 pm IST

ଭୁବନେଶ୍ବର : କାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ନିୟମକୁ ବଦଳାଯାଇଥିବାର ସୂଚନା ରହିଛି। ପ୍ରତିଦିନ ତିନି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ବ୍ୟବସ୍ଥା ବାତିଲ୍‌ କରାଯାଇଛି । କାଲିଠାରୁ ସକାଳ 10ରୁ ଦିନ 3ଟା ମଧ୍ୟରେ ଖାତା ମୂଲ୍ୟାୟନ କରାଯିବ । ସାମାଜିକ ଦୂରତ୍ବ ବଜାୟ ପାଇଁ କମ୍‌ ପରୀକ୍ଷକ ଖାତା ଦେଖିବେ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ।

ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କୋରୋନା ଯୋଗୁଁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଛି। ଏହାପରେ ମେ 20ରେ ଖାତା ଦେଖା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅମ୍ପାନ ବାତ୍ୟା ପାଇଁ ଏହା ମେ 21କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ ମେ 26 ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ଅନୁଷ୍ଠିତ ହେବ ।

Related posts