ରାଜ୍ୟରେ ଆଉ 99 କରୋନା ଆକ୍ରାନ୍ତ ସୁସ୍ଥ

Published: May 25, 2020, 3:28 pm IST

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 99 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 99 ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ 34 ଜଣ, ଗଞ୍ଜାମରୁ 15 ଜଣ, ଯାଜପୁର ଓ କେନ୍ଦ୍ରାପଡାରୁ 13 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ପୁରୀରୁ 10 ଜଣ, ଭଦ୍ରକରୁ 9 ଜଣ, ନୟାଗଡରୁ ତିନି ଜଣ ଓ ଦେବଗଡ  ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 649ରେ ପହଞ୍ଚିଛି । ଆଜି ରାଜ୍ୟରେ ସର୍ବାଧିକ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1438ରେ ପହଞ୍ଚିଛି ।

Related posts