Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ
ଆଜିର ଖବର

କୋଭିଡ୍‌ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

May 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି :  କଳାହାଣ୍ଡି ଜିଲ୍ଲା କୋଭିଡ ହସପିଟାଲରେ ପ୍ରଥମ ସନ୍ଦିଗ୍ଧର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ, ତାମିଲ ନାଡୁରୁ ଗତ ୨୧.୦୫.୨୦୨୦ ଦିନ କଳାହାଣ୍ଡି ଫେରିଥିବା ଜଣେ ୩୫ ବର୍ଷିୟ ଯୁବକକୁ ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଗତ ୨୪.୦୫. ୨୦୨୦ ରବିବାର ଦିନ ସେ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିବାରୁ ଆରଆରଟି ପକ୍ଷରୁ ପରୀକ୍ଷା କରାଯାଇ କୋଭିଡ ହସପିଟାଲ ସ୍ଥାନାନ୍ତରିତ କରାଯିବା ନେଇ ପରାମର୍ଶ ଦିଆଯାଇଥିଲା ।

ତଦନୁସାରେ ଉକ୍ତ ଯୁବକକୁ ରବିବାର ଦିନ ହିଁ ବାନେ୍ଦାପଲାସ୍ଥ କଳାହାଣ୍ଡି କୋଭିଡ ହସପିଟାଲକୁ ଦିନ ୧୨.୧୫ ରେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ସନ୍ଦିଗ୍ଧ ରୋଗୀ ଭାବରେ ସ୍ୱତନ୍ତ୍ର ରୁମରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଶେଷରେ ସଂପୃକ୍ତ ଯୁବକ ସୋମବାର ଦିନ ୧୧ଟା ସମୟରେ ନିଜ ଜୀବନ ସଂଗ୍ରାମରେ ହାରିଯାଇଥିବାର ସୂଚନା ମିଳିଛି । ସଂପୃକ୍ତ ଯୁବକଙ୍କ ସ୍ୱାବ ପରୀକ୍ଷା ପାଇଁ ନମୁନା ପଠାଯାଇଥିବା ବେଳେ ଅଦ୍ୟାବଧି ରିପୋର୍ଟ ଆସିନାହିଁ ।  ନମୁନା ରିପୋର୍ଟ ଆସିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମାନୁସାରେ ପରିବାର ବର୍ଗ ସହ ଆଲୋଚନା କରି ସଂସ୍କାର କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ଉକ୍ତ ଯୁବକ ଜଣକ ଧର୍ମଗଡ ବ୍ଲକ ଅନ୍ତର୍ଗତ ଡୁମେରଗୁଡାର ବୋଲି ବେସରକାରୀ ସୂତ୍ରରୁ ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026
Latest News

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.