48 ଘଣ୍ଟା ପାଇଁ 9ଟି ଜିଲ୍ଲାକୁ ହିଟ୍‌ଓ୍ବେଭ୍‌ ଓ୍ବାର୍ଣ୍ଣଂ ଜାରି

Published: May 26, 2020, 7:10 pm IST

ଭୁବନେଶ୍ବର : ରାଜ୍ୟରେ ଅସହ୍ୟ ତାପମାତ୍ରା ଏବଂ ଗୁଳୁଗୁଳି କାରଣରୁ 9ଟି ଜିଲ୍ଲାକୁ ହିଟ୍‌ ଓ୍ବେଭ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଲା ପାଇଁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଏହି ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଖରା ସମୟରେ ଛୋଟ ଛୁଆ, ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ବ୍ୟକ୍ତି ଖରାକୁ ନ ବାହାରିବାକୁ ପରାମର୍ଶ ଦିଆଯିବା ସହିତ ବାହାରକୁ ଗଲେ ଛତା, ଜୋତା, ପାଣି ବୋତଲ, ଓଦା ଗାମୁଛା ନେବା ପାଇଁ କୁହାଯାଇଛି । ଆଜିର ଦିନରେ 14ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଟିଟିଲାଗଡରେ ସର୍ବାଧିକ 45.5 ଡିଗ୍ରୀ ତାପମାତ୍ରା ରହିଛି ।

Related posts