
ନୂଆଦିଲ୍ଲୀ : ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରୟାସରେ ଭାରତୀୟ ରେଳବାଇ ପକ୍ଷରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରୁଛି । ହେଲେ ଆରପିଏଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ରେ 80ଜଣଙ୍କ ମୃତ୍ୟୁ ହୋଇଛି । ମେ 9 ତାରିଖରୁ ଶ୍ରମିକଙ୍କ ପାଇଁ ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ନିଜନିଜ ରାଜ୍ୟରେ ପହଂଚାଇବା ପାଇଁ ଦେଶରେ ଏଯାବତ୍ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚାଲିଛି ।
ଏହା ପୂର୍ବରୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଶ୍ରମିକ ଟ୍ରେନ୍ରେ ଶ୍ରମିକଙ୍କୁ ହେଉଥିବା ଅନ୍ୟାନ୍ୟ ଅସୁବିଧା ପାଇଁ ରେଳବିଭାଗକୁ ନୋଟିସ୍ ଜାରି କରିଛନ୍ତି । ସେହିପରି ଗୁଜୁରାଟ , ବିହାରର ମୁଖ୍ୟ ସମ୍ପାଦକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ଏତଦ୍ବ୍ୟତୀତ କେନ୍ଦ୍ରୀୟ ଗୃହ ସଚିବ, ରେଳ ବିଭାଗର ଚେୟାରମ୍ୟାନ୍ଙ୍କୁ ମଧ୍ୟ ନୋଟିସ୍ ପଠାଯିବା ସହ ଜବାବ ମଗାଯାଇଛି ।
ଏହା ବ୍ୟତୀତ ଟ୍ରେନ୍ରେ ପାନୀୟ ଜଳର ଅବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ତଥା ଅନାହାର ପାଇଁ ଶ୍ରମିକଙ୍କ ମୃତ୍ୟୁ ତଥା ରୋଗାଗ୍ରସ୍ତ ହେଉଥିବା ଯୋଗୁଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ମଧ୍ୟ ନୋଟିସ୍ ଜାରି କରିଛନ୍ତି ।
ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ରେଳ ବିଭାଗ ତରଫରୁ 3700 ଟ୍ରେନ୍ ଚଳାଇଛି । ପ୍ରାୟ 91 ଲକ୍ଷ ଶ୍ରମିକ ନିଜ ଘରକୁ ପହଞ୍ଚିପାରିଛନ୍ତି । ସେହିପରି ପ୍ରବାସୀ ଶ୍ରମିକଙ୍କଠାରୁ ଯାତ୍ରା ଖର୍ଚ୍ଚ ନିଆଯିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରବାସୀ ଶ୍ରମିକମାନେ ବସ୍ କିମ୍ବା ଟ୍ରେନ୍ ଜରିଆରେ ଯାଉଥିଲେ ସେମାନଙ୍କଠାରୁ ଯାତ୍ରା ଖର୍ଚ୍ଚ ନିଆଯିବ ନାହିଁ ବୋଲି ଆଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ ।
ତେବେ ଟ୍ରେନ୍ରେ ମୃତ୍ୟୁବରଣ କରିଥିବା 80ଜଣଙ୍କ ମଧ୍ୟରେ ଜଣେ କରୋନା ଯୋଗୁଁ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ 11 ଜଣ ଅନ୍ୟ ରୋଗରେ ଆକ୍ରାନ୍ତ ରହିଥିଲେ ବୋଲି ସୂଚନା ରହିଛି । ଟ୍ରେନ୍ରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ମଧ୍ୟର ଅତ୍ୟଧିକ ମାନସିକ ଚାପ କିମ୍ବା ଭୋକ ଓ ହିଟେଓକ୍ୱଭ କାରଣରୁ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଟ୍ରେନ୍ରେ 80 ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ । ସେ କହିଛନ୍ତି ଶ୍ରମିକ ଟ୍ରେନରେ କାହାରି ଦେହ ଅସୁସ୍ଥ ହେଲେ ତୁରନ୍ତ ଟ୍ରେନ ଅଟକାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଉଛି । ଏଭଳି ଅନେକ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଓ ଅନେକ ପ୍ରସବ ମଧ୍ୟ କରାଯାଇଛି ।ସେହିପରି ଯଦି କେହି ପ୍ରବାସୀ ଶ୍ରମିକ ଭୋକରେ ମରିଥିବେ, ତେବେ ଏହି ଅଭିଯୋଗର ତଦନ୍ତ କରାଯିବ ବୋଲି ସେ ସୂଚନା ରହିଛି ।
ସେହିପରି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ରେ 52 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ 85 ଲକ୍ଷ ଖାଦ୍ୟ ପ୍ୟାକଟ ଦିଆଯାଇଛି । ସେହିପରି ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଟ୍ରେନ୍ରେ ଯାତ୍ରା ନ କରିବାକୁ ରେଳବିଭାଗ ପରାମର୍ଶ ଦେଇଛି । (ଏଜେନ୍ସି)