Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଗଲାଣି 80 ଜଣଙ୍କ ଜୀବନ
ଆଜିର ଖବର

ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଗଲାଣି 80 ଜଣଙ୍କ ଜୀବନ

May 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରୟାସରେ ଭାରତୀୟ ରେଳବାଇ ପକ୍ଷରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରୁଛି । ହେଲେ ଆରପିଏଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ 80ଜଣଙ୍କ ମୃତ୍ୟୁ ହୋଇଛି । ମେ 9 ତାରିଖରୁ ଶ୍ରମିକଙ୍କ ପାଇଁ ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି । ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ନିଜନିଜ ରାଜ୍ୟରେ ପହଂଚାଇବା ପାଇଁ ଦେଶରେ ଏଯାବତ୍‌ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚାଲିଛି ।

ଏହା ପୂର୍ବରୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଶ୍ରମିକ ଟ୍ରେନ୍‌ରେ ଶ୍ରମିକଙ୍କୁ ହେଉଥିବା ଅନ୍ୟାନ୍ୟ ଅସୁବିଧା ପାଇଁ ରେଳବିଭାଗକୁ ନୋଟିସ୍‌ ଜାରି କରିଛନ୍ତି । ସେହିପରି ଗୁଜୁରାଟ , ବିହାରର ମୁଖ୍ୟ ସମ୍ପାଦକଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି । ଏତଦ୍‌ବ୍ୟତୀତ କେନ୍ଦ୍ରୀୟ ଗୃହ ସଚିବ, ରେଳ ବିଭାଗର ଚେୟାରମ୍ୟାନ୍‌ଙ୍କୁ ମଧ୍ୟ ନୋଟିସ୍‌ ପଠାଯିବା ସହ ଜବାବ ମଗାଯାଇଛି ।

ଏହା ବ୍ୟତୀତ ଟ୍ରେନ୍‌ରେ ପାନୀୟ ଜଳର ଅବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ତଥା ଅନାହାର ପାଇଁ ଶ୍ରମିକଙ୍କ ମୃତ୍ୟୁ ତଥା ରୋଗାଗ୍ରସ୍ତ ହେଉଥିବା ଯୋଗୁଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି ।

ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ରେଳ ବିଭାଗ ତରଫରୁ 3700 ଟ୍ରେନ୍‌ ଚଳାଇଛି । ପ୍ରାୟ 91 ଲକ୍ଷ ଶ୍ରମିକ ନିଜ ଘରକୁ ପହଞ୍ଚିପାରିଛନ୍ତି । ସେହିପରି ପ୍ରବାସୀ ଶ୍ରମିକଙ୍କଠାରୁ ଯାତ୍ରା ଖର୍ଚ୍ଚ ନିଆଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରବାସୀ ଶ୍ରମିକମାନେ ବସ୍‌ କିମ୍ବା ଟ୍ରେନ୍‌ ଜରିଆରେ ଯାଉଥିଲେ ସେମାନଙ୍କଠାରୁ ଯାତ୍ରା ଖର୍ଚ୍ଚ ନିଆଯିବ ନାହିଁ ବୋଲି ଆଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ତେବେ ଟ୍ରେନ୍‌ରେ ମୃତ୍ୟୁବରଣ କରିଥିବା 80ଜଣଙ୍କ ମଧ୍ୟରେ ଜଣେ କରୋନା ଯୋଗୁଁ  ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ 11 ଜଣ ଅନ୍ୟ ରୋଗରେ ଆକ୍ରାନ୍ତ ରହିଥିଲେ ବୋଲି ସୂଚନା ରହିଛି । ଟ୍ରେନ୍‌ରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ମଧ୍ୟର ଅତ୍ୟଧିକ ମାନସିକ ଚାପ କିମ୍ବା ଭୋକ ଓ ହିଟେଓକ୍ୱଭ କାରଣରୁ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଟ୍ରେନ୍‌ରେ 80 ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ । ସେ କହିଛନ୍ତି ଶ୍ରମିକ ଟ୍ରେନରେ କାହାରି ଦେହ ଅସୁସ୍ଥ ହେଲେ ତୁରନ୍ତ ଟ୍ରେନ ଅଟକାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଉଛି । ଏଭଳି ଅନେକ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଓ ଅନେକ ପ୍ରସବ ମଧ୍ୟ କରାଯାଇଛି ।ସେହିପରି ଯଦି କେହି ପ୍ରବାସୀ ଶ୍ରମିକ ଭୋକରେ ମରିଥିବେ, ତେବେ ଏହି ଅଭିଯୋଗର ତଦନ୍ତ କରାଯିବ ବୋଲି ସେ ସୂଚନା ରହିଛି ।

ସେହିପରି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ 52 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ 85 ଲକ୍ଷ ଖାଦ୍ୟ ପ୍ୟାକଟ ଦିଆଯାଇଛି । ସେହିପରି ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା ନ କରିବାକୁ ରେଳବିଭାଗ ପରାମର୍ଶ ଦେଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ବିହାର ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ସର୍ଭେ: ପୁଣି ମହାଗଠବନ୍ଧନକୁ ଝଟକା ଦେଇପାରେ NDA

October 6, 2025

ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

October 6, 2025
Latest News

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ବିହାର ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ସର୍ଭେ: ପୁଣି ମହାଗଠବନ୍ଧନକୁ ଝଟକା ଦେଇପାରେ NDA

October 6, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.