Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଆଇନ ସ’ ମିଲ୍ ଉପରେ ଚଢ଼ାଉ: ୪ ଲକ୍ଷ ଟଙ୍କାର କାଠ ଓ ମେସିନ୍ ଜବତ
ଆଜିର ଖବର

ବେଆଇନ ସ’ ମିଲ୍ ଉପରେ ଚଢ଼ାଉ: ୪ ଲକ୍ଷ ଟଙ୍କାର କାଠ ଓ ମେସିନ୍ ଜବତ

May 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର/ବେଗୁନିଆପଡା : ଖଲିକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବେଲଝରୀଠାରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ବେଆଇନ ସ’ ମିଲ୍‌କୁ ଆଜି ବନବିଭାଗ ପକ୍ଷରୁ ଚଢ଼ାଉ କରି ସିଲ୍ କରାଯାଇଛି । ଏହା ସହ ସ’ ମିଲ୍‌ରୁ ଲକ୍ଷାଧିକ ଟଙ୍କାର କାଠ ଓ କାଠକଟା ମେସିନ୍ ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ଏହି ସ’ ମିଲ୍‌ରେ ବହୁଦିନ ହେଲା ବେଆଇନ ଭାବେ କାଠକଟା ଯାଉଥିବା ନେଇ ଅଭିଯୋଗ ହେବା ସହ ବିଭିନ୍ନ ଖବରକାଗଜରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ଯାହାଫଳରେ ବ୍ରହ୍ମପୁର ଡ଼ିଏଫ୍‌ଓ ଅମ୍ଳାନ ନାୟକ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଚଢ଼ାଉରେ ବ୍ରହ୍ମପୁର ମୋବାଇଲ୍ ଷ୍ଟାଫ୍ ବ୍ରହ୍ମପୁର ଏସିଏଫ୍ ଅଶୋକ ବେହେରା, ଏସିଏଫ୍ ମାଧବୀଲତା, ପୋଲିସ୍ ଫୋର୍ସ ରେଞ୍ଜର ଦିଲିପ ମାର୍ଥାଙ୍କ ସହ ଦିଗପହଣ୍ଡି ଏବଂ ପୋଲସରା ରେଞ୍ଜ ଅଫିସର ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । କରତ କଳର ସମସ୍ତ ଯନ୍ତ୍ରାଶ ଜେନେରେଟର, ମୋଟର, ୱିଲ୍ ସହ ୫୦ ଘନଫୁଟରୁ ଅଧିକ କାଠଗଣ୍ଡି ଜବତ କରିଛନ୍ତି । କାଠଗୁଡ଼ିକୁ ହେଡ଼୍ ଅଫିସ ଅଣାଯାଇଛି । ଜବତ କାଠର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026
Latest News

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.