କରୋନା କବଳରେ ବିଚାରପତି ଓ ତାଙ୍କ ପତ୍ନୀ

Published: Jun 3, 2020, 10:17 am IST

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ରୋହିଣୀ କୋର୍ଟର ଜଣେ ବିଚାରପତିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ବିଚାରପତିଙ୍କ ସହ ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ରହିଛି । କରୋନା ସଂକ୍ରମିତ ହେବା ପରେ ବିଚାରପତି ନିଜକୁ କ୍ବାରେଣ୍ଟାଇନ୍‌ କରିଛନ୍ତି।

ବିଚାରପତି ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହେବା ପରେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ରୋହିଣୀ କୋର୍ଟ କମ୍ପ୍ଲେକ୍ସରେ କରୋନା ପ୍ରୋଟୋକଲ୍‌ର ପାଳନ କରାଯାଉଛି । ରାଜଧାନୀ ଦିଲ୍ଲୀରେ ସରକାରୀ କର୍ମଚାରୀ ତଥା ଅଧିକାରୀମାନେ ଏବେ କରୋନାରେ ସଂକ୍ରମିତ ହେଉଥିବାର ଖବର ସାମ୍ନାକୁ ଆସୁଛି ।

ଦିଲ୍ଲୀରେ ଏପର୍ଯ୍ୟନ୍ତ 556ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 12,573କୁ ବୃଦ୍ଧି ହୋଇଛି ।  ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5,598ରେ ପହଞ୍ଚିଛି ।(ଏଜେନ୍ସି)

Related posts