ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

Published: Jun 3, 2020, 1:11 pm IST

ମହାରାଷ୍ଟ୍ର : ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ କରିଛି । ମହାରାଷ୍ଟ୍ର ଆଲିବାଗ୍‌ ନିକଟରେ ଲ୍ୟାଣ୍ଡଫଲ୍‌ କରୁଛି ନିସର୍ଗ । ହରିହରେଶ୍ବର-ଡାମନ୍‌ ମଝିରେ ଆଲିବାଗ୍‌ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ନିସର୍ଗ । ଲ୍ୟାଣ୍ଡଫଲ୍‌ ବେଳେ ପବନ ବେଗ 100ରୁ 120 କିମିରୁ ଅଧିକ ରହିବା ନେଇ ସୂଚନା ରହିଛି ।  ଏବେ ପବନର ବେଗ ବଢିଥିବାବେଳେ ମହାରାଷ୍ଟ୍ରର ଅନେକ ସ୍ଥାନରେ ବର୍ଷା ମଧ୍ୟ ଲାଗି ରହିଛି । ଆଇଏମ୍‌ଡି ସୂଚନା ଅନୁସାରେ ଆଲିବାଗ୍‌ଠାରୁ ନିସର୍ଗ 95 କିଲୋମିଟର ଦୂରରେ ରହିଥିବାବେଳେ ମୁମ୍ବାଇଠାରୁ 150 କିଲୋମିଟର ଦୂରରେ ରହିଛି । ମହାରାଷ୍ଟ୍ରରେ 40 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।  ବାତ୍ୟା ମୁକାବିଲା ପାଇଁ ମୁମ୍ବାଇରେ 144 ଧାରା ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନ୍‌ଡିଆର୍‌ଏଫ୍‌, ଦମକଳ ଓ ସେନାକୁ ଆଲର୍ଟ ରଖାଯାଇଛି । ମୁମ୍ବାଇ ବ୍ୟତୀତ ଗୁଜୁରାଟରେ ମଧ୍ୟ ଏହି ବାତ୍ୟା ପ୍ରଭାବିତ କରିଥିବାର ଆଶଙ୍କା ରହିଥିବାରୁ ସେଠାରେ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । (ଏଜେନ୍ସି)

Related posts