
ରାୟଗଡା : ରାୟଗଡା ଛୁଇଛି କରୋନା । ରାଜ୍ୟର 30ତମ ଜିଲ୍ଲା ଭାବେ ରାୟଗଡାକୁ କରୋନା ଛୁଇଁଛି । ରାଜ୍ୟର ସମସ୍ତ 30ଟି ଜିଲ୍ଲାକୁ କରୋନା ବ୍ୟାପିଲା। ଆଜି ଚିହ୍ନଟ 143 ଜଣଙ୍କ ମଧ୍ୟରେ ରାୟଗଡାରୁ ଜଣେ ପଜିଟିଭ୍ ରହିଛନ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଫେରିଥିଲେ ଓ କ୍ବାରେଣ୍ଟିନ୍ରେ ରହିଥିଲେ ବୋଲି ଜଣାପଡିଛି ।
ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 132 ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ 11 ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2388କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ 1054 ଜଣ ଚିକିତ୍ସାଧୀନ ଥିବାବେଳେ 1325 ଜଣ ସୁସ୍ଥ ହୋଇଛନ୍ତି। ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।