ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍‌ ପଡିଲା ଆଳୁ ଓ ପିଆଜ

Published: Jun 3, 2020, 4:18 pm IST

ନୂଆଦିଲ୍ଲୀ : ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍‌ ପଡ଼ିଲା ଆଳୁ ଓ ପିଆଜ । କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ଆଜି କ୍ୟାବିନେଟ୍‌ର ବୈଠକରେ ଅତ୍ୟାବଶ୍ୟକ ଦ୍ରବ୍ୟରୁ ଆଳୁ, ପିଆଜ, ଡାଲି, ତେଲକୁ  ବାଦ୍‌ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବାଧିକ ମୂଲ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍‌ ଦେଲେ ଚାଷୀ ସର୍ବାଧିକ ଲାଭ ପାଇବ ବୋଲି ସରକାର କହିଛନ୍ତି । କେବଳ ଯୁଦ୍ଧ ଭଳି ଜରୁରୀ ସ୍ଥିତି ବେଳେ ନିୟମ ପରିବର୍ତ୍ତନ ହେବ ବୋଲି କ୍ୟାବିନେଟ୍‌ ମିଟିଂ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ସୂଚନା ଦେଇଛନ୍ତି ।

Related posts