ବିଶିଷ୍ଟ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କ 83 ବର୍ଷ ବୟସରେ ପରଲୋକ

Published: Jun 3, 2020, 4:57 pm IST

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ଡ.ନିତ୍ୟାନନ୍ଦ ଶତପଥୀଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ସମୟରେ ତାଙ୍କର ପରଲୋକ ଘଟିଛି।

ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀ 1937 ଅକ୍ଟୋବର 25ରେ ଜଗତସିଂହପୁର ତିର୍ତ୍ତୋଲ ବ୍ଲକ୍ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ରଚନାବଳୀ ମଧ୍ୟରେ ରହିଛି କବିତା ସେତୁ’, ‘ସବୁଜରୁ ସାମ୍ପ୍ରତିକ’ ଏବଂ ‘ସତୁରୀରୁ ଶହସ୍ରାବ୍ଦୀ’ ଆଦି ପୁସ୍ତକ ରଚନା କରିଥିଲେ। ‘ହେ ସାଥୀ, ହେ ସାରଥି’ ନାମରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନୀ ପୁସ୍ତକ ରଚନା କରିଥିଲେ ନିତ୍ୟାନନ୍ଦ ।

ଓଡ଼ିଶା ସାହିତ୍ୟ ଏକାଡେମି, ପୂଜ୍ୟପୂଜା ସଂସଦ, ସାମ୍ପ୍ରତିକ ଏବଂ ସାରଳା ପୁରସ୍କାର ଆଦି ବହୁ ସାହିତ୍ୟାନୁଷ୍ଠାନ ସହ ଜଡ଼ିତ ଥିଲେ ନିତ୍ୟାନନ୍ଦ ଶତପଥୀ । ତାଙ୍କ ଉଦ୍ୟମ ଫଳରେ ସାରଳା ପୁରସ୍କାର ସ୍ଥାପିତ ହୋଇଥିଲା।

Related posts