ଦେଶରେ ବଢୁଛି କରୋନା ଚିନ୍ତା : 24 ଘଣ୍ଟାରେ 273 ମୃତ

Published: Jun 5, 2020, 10:06 am IST

ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 26  ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 26  ହଜାର 770 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 6 ହଜାର 348 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 1, 09,462 ଜଣ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 9 ହଜାର 851ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍ନାମକୁ ଆସିଥିବାବେଳେ 273ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ  ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ 2710ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 1155, ଦିଲ୍ଲୀରେ 650, ମଧ୍ୟପ୍ରଦେଶରେ 377, ପଶ୍ଚିମବଙ୍ଗରେ 355, ଉତ୍ତରପ୍ରଦେଶରେ 245, ତାମିଲନାଡୁରେ 220, ରାଜସ୍ଥାନରେ 213, ତେଲେଙ୍ଗାନାରେ 105, ଆନ୍ଧ୍ରପ୍ରଦେଶରେ 71, କର୍ଣ୍ଣାଟକରେ 57, ପଞ୍ଜାବରେ 47, ଜମ୍ମୁକାଶ୍ମୀରରେ 35, ବିହାରରେ 29,ହରିୟାଣାରେ 24, କେରଳରେ 14, ଝାଡଖଣ୍ଡରେ 6, ଓଡ଼ିଶାରେ 7, ଆସାମରେ 4, ହିମାଚଳ ପ୍ରଦେଶରେ 5, ମେଘାଳୟରେ ଜଣକର ମୃତ୍ୟୁ ହୋଇଛି ।

Related posts