Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଟ୍‌ଡାଉନ୍‌ : ଏସ୍‌ଆରସିଙ୍କ ପକ୍ଷରୁ ଗାଇଡ ଲାଇନ୍‌ ଜାରି, ଖୋଲା ରହିବ ପେଟ୍ରୋଲ୍‌ ପମ୍ପ
ଆଜିର ଖବର

ସଟ୍‌ଡାଉନ୍‌ : ଏସ୍‌ଆରସିଙ୍କ ପକ୍ଷରୁ ଗାଇଡ ଲାଇନ୍‌ ଜାରି, ଖୋଲା ରହିବ ପେଟ୍ରୋଲ୍‌ ପମ୍ପ

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ରାଜ୍ୟସରକାରଙ୍କ ଘୋଷଣାନୁଯାୟୀ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ ଡାଉନ ନିୟମ ଲାଗୁ ହେବାକୁ ଯାଉଛି । ଆସନ୍ତାକାଲି ଶନିବାର ରହିଥିବାରୁ ସଟଡାଉନ ନିୟମ କାଲିଠାରୁ ଲାଗୁ କରାଯିବ । ତେବେ ଏହି ସଟ୍‌ଡାଉନ୍‌କୁ ନେଇ ଏସ୍‌ଆରସିଙ୍କ ପକ୍ଷରୁ ଆଜି ଗାଇଡ୍‌ ଲାଇନ ଜାରି କରାଯାଇଛି ।

ଗାଇଡଲାଇନ ଅନୁସାରେ ସଟ ଡାଉନ ସମୟରେ ମେଡିକାଲ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେ କୌଣସି ଲୋକ ଯାତାୟତ କରିପାରିବେ । ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡିତ କର୍ମଚାରୀ ମଧ୍ୟ ସଟ ଡାଉନ ସମୟରେ ଯାଇପାରିବେ । ଏୟାରପୋର୍ଟ, ଷ୍ଟେସନ, ବସ୍ ଟର୍ମିନାଲ ସହ ଜଡିତ କର୍ମଚାରୀଙ୍କୁ ମଧ୍ୟ ଯିବା ଆସିବା ପାଇଁ ଅନୁମତି ରହିଥିବାବେଳେ ସ୍ୱିଗି, ଜୋମାଟୋ ଡେଲିଭରି ବଏଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ସୂଚନା ରହିଛି । ସେହିପରି ଖବର କାଗଜ ହକରଙ୍କୁ ସକାଳ 5ଟାରୁ 8ଟା ଯାଏଁ ବିକ୍ରି ପାଇଁ ଅନୁମତି ରହିଛି । ଏଲପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ମଧ୍ୟ ଅନୁମତି ମିଳିବ ।

ଅପରପକ୍ଷରେ ସଟ ଡାଉନ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ସଟ ଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଟେଲିକମ, ମାଲ ପରିବହନ, କୃଷି ସଂପର୍କିତ କାର୍ଯ୍ୟ ଚାଲୁ ରହିବ । ଏହାସହ ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ବି ଚାଲୁ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ କାର୍ଯ୍ୟ କରାଯାଇପାରିବ ବୋଲି ସେ କହିଛନ୍ତି ।

ଏସ୍‌ଆରସି ସଟ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 7, 2026

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026
Latest News

ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 7, 2026

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.