Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳିବ ଆସ୍ଥାର ନିୟମ : ଧର୍ମନୁଷ୍ଠାନ ଖୋଲିବା ନେଇ ଜାରି ହେଲା ଗାଇଡ୍‌ଲାଇନ୍‌
ଆଜିର ଖବର

ବଦଳିବ ଆସ୍ଥାର ନିୟମ : ଧର୍ମନୁଷ୍ଠାନ ଖୋଲିବା ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

June 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ କରୋନାର କରାଳ ଛାୟା । ଭାରତରେ ମଧ୍ୟ କରୋନା ତା’ର କାୟା ବିସ୍ତାର କରି ଚାଲିଛି।  କରୋନା ମୁକାବିଲା ଭାରତରେ ଜାରି ରହିଛି ଲକ୍‌ଡାଉନ୍‌। ଯଦିଓ ଏବେ ଭାରତରେ ଅନ୍‌ଲକ୍‌ 1.0 ଜାରି ହୋଇଛି, ତଥାପି ଭାରତରେ ଏବେ ସୁଦ୍ଧା ସବୁ ସହଜ ହୋଇନାହିଁ । କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବାବେଳେ ସ୍କୁଲ,କଲେଜ ଆଦି ବନ୍ଦ ରହିଛି । ଦୀର୍ଘ ତିନି ମାସ ଧରି ଭାରତରେ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିଥିବାବେଳେ ଜୁନ୍‌ 8 ତାରିଖରେ ଏହି ସମସ୍ତ ଅନୁଷ୍ଠାନକୁ ଖୋଲିବା ପାଇଁ ଅନୁମତି ମିଳିଛି । କିନ୍ତୁ ଲକ୍‌ ଡାଉନ୍‌ ଯୋଗୁଁ ଅନେକ କିଛି ପରିବର୍ତ୍ତନ ହୋଇଥିବାସ୍ଥଳେ ଆମର ପୂଜାବିଧି ଓ ତଥା ଆସ୍ଥା ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି ।

କରୋନା ପାଇଁ ବିଶ୍ବଦେବତା ଶ୍ରୀଜୀଉଙ୍କ ରୀତିନୀତିରେ ମଧ୍ୟ ବହୁ ପରିବର୍ତ୍ତନ ହୋଇଛି । ପ୍ରଥମଥର ପାଇଁ ଜଗନ୍ନାଥ ମହାପ୍ରଭୁ ବିନା ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା କରାଯାଇଛି । ତେବେ ଜୁନ୍‌ 8 ତାରିଖ ପରେ ଧାର୍ମିକ ଅନୁଷ୍ଠାନ ଖୋଲାଯିବା ସହ ନୂତନ ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି । ଆସନ୍ତା 8 ଜୁନ ପରଠାରୁ ଦେଶରେ କଣ୍ଟେନମେଣ୍ଟ ଜୋନ ବାଦ୍‌ ଧାର୍ମିକ ସ୍ଥଳ ଖୋଲାଯିବାକୁ ସରକାର ଅନୁମତି ଦେଇଛନ୍ତି। ଏଥିପାଇଁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି। ଦେଶରେ ରହିଥିବା ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଏବଂ ଗୀର୍ଜାଘରେ ଏହି  ନୂଆ ନିୟମ ଲାଗୁ ହେବ। କରୋନା ସମୟରେ ମନ୍ଦିରରେ ପ୍ରସାଦ କିମ୍ବା ଚରଣାମୃତ ମିଳିବ ନାହିଁ। କେନ୍ଦ୍ର ସରକାର ଧାର୍ମିକ ସ୍ଥଳ ଖୋଲାଯିବାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ୍‌କୁ କଡାକଡି ରୂପେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

  • ଧାର୍ମିକ ସ୍ଥଳରେ ଜନସମାଗମକୁ ବାରଣ କରାଯାଇଛି । ଧାର୍ମିକ ଅନୁଷ୍ଠାନଗୁଡିକରେ ସାମାଜିକ ଦୂରତ୍ବ ରଖିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।
  • ସେହିପରି ଏକତ୍ରିତ ଭଜନ ଗାୟନ ମଧ୍ୟ କରାଯାଇପାରିବ ନାହିଁ । କିନ୍ତୁ ରେକର୍ଡିଂ ଭଜନ ବଜାଯାଇପାରିବ ।
  • ସାମୂହିକ ପ୍ରାର୍ଥନା ମଧ୍ୟ କରାଯାଇପାରିବ ନାହିଁ ।
  • ଧାର୍ମିକ ସ୍ଥଳରେ ଥିବା ପ୍ରତିମା ତଥା ପବିତ୍ର ପୁସ୍ତିକାକୁ ସ୍ପର୍ଶ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି।
  • ନିଜ ଫୋନରେ ଆରୋଗ୍ୟ ସେତୁ ଆପ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି ।
  • ଧାର୍ମିକ ସ୍ଥଳୀ ମଧ୍ୟରେ ନିଜ ମଧ୍ୟରେ ଅତି କମ୍‌ରେ ଛଅ ଫୁଟ୍‌ର ଦୂରତ୍ବା ରଖିବାକୁ ବାଧ୍ୟତାମୂଳକ କରାଯାଇଛି ।
  • ଗର୍ଭବତୀ ମହିଳା, ଅସୁସ୍ଥ ଲୋକେ ତଥା ଅତ୍ୟଧିକ ବୃଦ୍ଧ ବୟସ୍କମାନେ ଅଧିକ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ କୋଭିଡ୍‌ -19 ପାଇଁ ଧାର୍ମିକ ଅନୁଷ୍ଠାନ ମାନେ ନିଜ ଦାୟିତ୍ବକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସରକାରଙ୍କ ଏହି ନୂଆ ଗାଇଡଲାଇନ ଜରିଆରେ ଧାର୍ମିକ ସ୍ଥଳକୁ ଯିବା ପୂର୍ବରୁ ହାତ ଏବଂ ପାଦକୁ ସାବୁନରେ ଭଲଭାବେ ଧୋଇ ହୋଇଯିବା ପାଇଁ କୁହାଯାଇଛି। ମନ୍ଦିର ଭିତରେ ଥିବା ଦୋକାନରେ ମଧ୍ୟ ସାମାଜିକ ଦୂରତ୍ବ ରଖିବାକୁ ବାଧ୍ୟତାମୂଳକ କରାଯାଇଛି ।

ସମସ୍ତ ଶ୍ରଦ୍ଧାଳୁଙ୍କୁ ଥର୍ମାଲ୍ ସ୍କ୍ରିନିଂ କରିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ପ୍ରବେଶ ପଥ ଓ ପ୍ରସ୍ଥାନ ଦ୍ବାରରେ ହ୍ୟାଣ୍ଡ ସାନିଟାଇଜରର ସୁବିଧା କରାଇବେ । ସେହିପରି ନିର୍ଦ୍ଦିଷ୍ଟ ଦୂରତ୍ବ ରଖିବା ପାଇଁ ମାର୍କିଂ ବ୍ୟବସ୍ଥା କରାଯିବ ସହ ଧାର୍ମିକ ସ୍ଥଳକୁ ଆସିବା ଏବଂ ଯିବା ପାଇଁ ଅଲଗା ଅଲଗା ରାସ୍ତାର ବ୍ୟବସ୍ଥା କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026
Latest News

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.