ସୀତାରାମ ଅଗ୍ରୱାଲ
ଚିଲିକା : ଦେଶରେ ତାଲାବନ୍ଦ ସମୟରେ କମ୍ ହୋଇ ଯାଇଥିବା ରାସ୍ତା ଦୁର୍ଘଟଣାର ହାର ପୁଣି ବଢିବାରେ ଲାଗିଛି । ଟିକିଏ କଟକଣା କୋହଳ ହେବାରୁ ଅମାନିଆ ବାଇକ ଆରୋହୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଟାଙ୍ଗୀ ଥାନା ଛକଡି ପୁର ଗାଁ ନିକଟରେ ନିଜ ସାଇକେଲରେ କାନ୍ତ ମାର୍ଥା ୫୫ ବର୍ଷ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଏକ ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସାଇକେଲ ଆରୋହୀଙ୍କ ସହ ବାଇକ୍ ଆରୋହୀ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର କାନ୍ତ ମାର୍ଥାଙ୍କର ମେଡିକାଲରେ ମୃତ୍ୟୁ ହୋଇ ଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଗୁରୁତର ବାଇକ୍ ଆରୋହୀ ଜଣକ ହେଉଛନ୍ତି କୁହୁଡି ଚୁଆ ଟାଙ୍ଗୀର ଶଙ୍କର ଦାସ । ବୟସ ତାଙ୍କର 40 ବର୍ଷ ବୋଲି ଜଣାପଡିଛି । ସେହିପରି ମୃତକ କାନ୍ତ ମାର୍ଥା ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରି ନିଜର ପରିବାର ଚଳାଇ ଆସୁଥିଲେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି । ଏଏସ୍ଆଇ ନରେନ୍ଦ୍ର କୁମାର ସ୍ବାଇଁ ଏହି ଘଟଣାର ତଦନ୍ତ କରୁଥିବାବେଳେ କେସ୍ ନମ୍ବର 168/20ରେ ମାମଲା ରୁଜୁ ହୋଇଛି । କୁହୁଡି ଫାଣ୍ଡି ପୋଲିସ୍ ଶବ ଜବତ କରିବା ସହ ବାଇକ୍ ଓ ସାଇକେଲକୁ ଜବତ କରି ତଦନ୍ତ ଚଳାଇଛି ।