
ଭୁବନେଶ୍ୱର : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ପୂର୍ବରୁ 11 କିମ୍ବା 12 ତାରିଖରେ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ।