ପୋଲିସ୍‌ ହାବିଲ୍‌ଦାରଙ୍କୁ କରୋନା

Published: Jun 12, 2020, 11:53 am IST

ମାଲକାନଗିରି : ରାଜ୍ୟରେ କରୋନା ଆକ୍ରାନ୍ତଙ୍କସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟରେ କରୋନା ଯୋଦ୍ଧାମାନେ କରୋନାରେ ସଂକ୍ରମିତ ହେଉଥିବାର ଦେଖାଯାଉଛି। ଗତ କିଛି ଦିନ ହେବ ସ୍ବାସ୍ଥ୍ୟକର୍ମୀମାନେ କରୋନାରେ ସଂକ୍ରମିତ ହେଉଥିବାବେଳେ ଆଜି ଆଉ ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି।ଜଣେ ପୋଲିସ୍‌ ହାବିଲଦାରଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ମୋଟୁ ବର୍ଡର ଚେକ୍‌ ପୋଷ୍ଟରେ କାର୍ଯ୍ୟରତ ହାବିଲଦାରଙ୍କୁ କରୋନା। ଚିହ୍ନଟ ପରେ ମୋଟୁ ଥାନା ଆଇଆଇସିଙ୍କ ସମେତ ସବୁ ଷ୍ଟାଫ୍‌ଙ୍କୁ କ୍ବାରେଣ୍ଟିନ୍‌ କରାଯିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ମୋଟୁ ଥାନା ପରିସରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ହାବିଲଦାରଙ୍କଠାରେ କରୋନା ପଜିଟିଭ୍‌ ମିଳିବା ପରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବାର ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି ।

Related posts