ମାର୍କେଟ୍‌ ବିଲ୍ଡିଂ ସିଲ୍‌ କଲା ବିଏମ୍‌ସି

Published: Jun 12, 2020, 4:30 pm IST

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ମାର୍କେଟ୍‌ ବିଲ୍ଡିଂକୁ ସିଲ୍‌ କରି ଦିଆଯାଇଛି । ପ୍ରବଳ ଭିଡ କାରଣରୁ ବିଏମ୍‌ସି ଜୋନାଲ୍‌ କମିଶନର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛନ୍ତି । ରଜ ସପିଂ ପାଇଁ ଅସମ୍ଭବ ଭିଡ ତଥା ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କାରଣରୁ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଗତକାଲି ମଧ୍ୟ ସମାନ କାରଣରୁ ଏକାଧିକ ଦୋକାନକୁ ସିଲ୍‌ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରଜ କାରଣରୁ ସରକାରଙ୍କ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁକୁ ରାତ୍ର 10 ଟା ପର୍ଯ୍ୟନ୍ତ କୋହଳ କରାଯାଇଛି ।

Related posts