Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଜାବରେ ପୁଣି ଥରେ ଲକ୍‌ଡାଉନ୍‌ ! : ରାଜ୍ୟରେ ଜାରି ହେଲା ସପ୍ତାହନ୍ତ ସଟ୍‌ଡାଉନ୍‌
ଆଜିର ଖବର

ପଞ୍ଜାବରେ ପୁଣି ଥରେ ଲକ୍‌ଡାଉନ୍‌ ! : ରାଜ୍ୟରେ ଜାରି ହେଲା ସପ୍ତାହନ୍ତ ସଟ୍‌ଡାଉନ୍‌

June 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଞ୍ଜାବ : ଦେଶରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଥିବାବେଳେ ଅନ୍‌ଲକ୍‌ 1.0 ଆରମ୍ଭ ହୋଇଛି । ଅନଲକ୍‌ 1.0ରେ ଦେଶରେ କରୋନା ମାମଲା ବେଶ୍‌ ବଢିଥିବାର ଦେଖାଯାଉଛି । ଏନେଇ ରାଜ୍ୟ ସରକାରମାନେ କଟକଣାକୁ ଆହୁରି କଡାକଡି କରିବା ଆରମ୍ଭ କରିଦେଇଛନ୍ତି । ଅନ୍‌ଲକ୍‌ 1.0 ଜାରି ହେବାର ପ୍ରଥମ ଦିନରୁ ଓଡ଼ିଶା ସରକାର ରାଜ୍ୟର କରେନା ପ୍ରଭାବିତ 11ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ଏବେ ପଞ୍ଜାବ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ପରି ନୀତି ଆପଣାଉଥିବାର ଜଣାପଡିଛି ।

ପଞ୍ଜାବ ସରକାର ପୁଣି ଥରେ ଲକ୍‌ ଡାଉନ୍‌ ବଢାଇବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏବେ ପଞ୍ଜାବ ସରକାର ସପ୍ତାହନ୍ତ ଓ ବିଶେଷ ଛୁଟି ଦିବସ ଗୁଡିକରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ୍‌ରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ପଞ୍ଜାବରେ ମଧ୍ୟ ଶନିବାର ଓ ରବିବାର ଦୁଇ ଦିନ ଲକ୍‌ଡାଉନ୍‌ ଜାରି ରହିବ । ସେହିପରି ପଞ୍ଜାବର ରାଜଧାନୀ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡୀଗଡ ମଧ୍ୟରେ ଆନ୍ତଃରାଜ୍ୟ ବସ୍‌ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ସୀମା ସିଲ୍‌ କରିବା ନେଇ ମଧ୍ୟ ଯୋଜନା କରାଯାଇଛି । ଟ୍ରେନ୍‌, ବିମାନରେ ଆସୁଥିବା ଯାତ୍ରୀଙ୍କୁ 14 ଦିନ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନରେ ରାଜ୍ୟରେ କରୋନା ମାମଲା ବଢିଥିବାବେଳେ ଏହି ସମସ୍ତଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଥିବାର ଜଣାପଡିଛି ।

ଅପରପକ୍ଷରେ ଆସନ୍ତା 16 ଓ 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନ୍‌ଲକ୍‌  ଓ କରୋନା ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ରହିଛି । (ଏଜେନ୍ସି)

punjab
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 17, 2026

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026
Latest News

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 17, 2026

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.