Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଥର ଖାଦାନ ଲିଜ୍ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଭେଟିଲେ ସରପାଳ ଗ୍ରାମବାସୀ
ଆଜିର ଖବର

ପଥର ଖାଦାନ ଲିଜ୍ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଭେଟିଲେ ସରପାଳ ଗ୍ରାମବାସୀ

June 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ : ରେଢାଖୋଲ ତହସିଲ୍ ତରଫରୁ  ବଂଶାଜାଲ ଗ୍ରାମପଂଚୟତର ସରପାଳ ଗ୍ରାମରେ ପଥରଖାଦାନ ଲିଜ୍ ଦେବାକୁ ନୋଟିସ ଜାରି ହେବା ପରେ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ପ୍ରକାଶ ଯେ, ରେଢାଖୋଲ ତହସିଲର ବଂଶାଜାଲ ପଂଚାୟତର ସରପାଳ ଗ୍ରାମ ନିକଟରୁ ୧୦୦ ମିଟରେ ଦୂରରେ ରେଢାଖୋଲ ତହସିଲ ପଥରଖାଦାନ ଲିଜ୍ ଦେବାକୁ ନୋଟିସ୍ ଜାରି କରିଛି । ଏଠାରେ ପଥର ଖାଦାନ ହେଲେ ଗ୍ରାମରେ ଚାଷ ଜମି ପଥର ଗୁଣ୍ଡରେ ନଷ୍ଟ ହେବା ସହ ନିକଟସ୍ଥ ଜଙ୍ଗଲରେ ପଥର ଗୁଣ୍ଡ ପଡି ନଷ୍ଟ ହୋଇଯିବ । ଯା ଫଳରେ ସେଇ ଜଙ୍ଗଲରେ ଗାଈ ଗୋରୁମାନେ ଚରିପାରିବେ ନାହିଁ । ସେଠାରେ ପଥର ବ୍ଲାଷ୍ଟିଙ୍ଗ ହୋଇ ଘରଦ୍ୱାର ଭାଙ୍ଗିଯିବାର ସଂଭାବନା ରହିଛି ବୋଲି ଗ୍ରାମବାସୀ ଲିଖିତାକାରରେ ରେଢାଖୋଲ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏପରିକି ସରପାଳ ଗ୍ରାମସହ ଆଖପାଖ ଗ୍ରାମଗୁଡିକ ଦୂଷିତ ହେବାର ସଂଭାବନା ରହିଛି ।

ଏହି ପଥର ଖାଦାନକୁ ୫ବର୍ଷ ପାଇଁ ହିଁ ଲିଜ୍ ଦିଆଯିବାକୁ ତହସିଲ ତରଫରୁ ନୋଟିସ୍ ହୋଇଛି । ଗତ ୧୮ ମଇ ରେ ଗ୍ରାମରେ ହେବାକୁଥିବା ପଥର ଖାଦାନକୁ ୫ବର୍ଷ ପାଇଁ ଲିଜ୍ ଦିଆଯିବାର ଅଛି ଯଦି ଗ୍ରାମବାସୀଙ୍କର ଅଭିଯୋଗ ଅଛି ୧୫ ଦିନ ଭିତରେ ରେଢାଖୋଲ ତହସିଲରେ ଅଭିଯୋଗ କରିବାକୁ ନୋଟିସ୍ ମଧ୍ୟ ହୋଇଥିଲା । ଏହା ପରେ ଗ୍ରାମବାସୀ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପଥରଖାଦାନ ପ୍ରତ୍ୟାହାର କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତାକାରରେ ଅଭିଯୋଗ କରିଛନ୍ତି । ଯଦି ସରକାର ଏହି ଖାଦାନ ଲିଜ୍‌କୁ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି । ଏ ସଂପର୍କରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରି ନଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି

December 30, 2025

୨୦୨୬ ମସିହାରେ ଜିଓ ପ୍ଲାଟଫର୍ମର ଆଇପିଓ ଆସିବା ଘୋଷଣା

December 30, 2025

ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ

December 30, 2025

ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ

December 30, 2025
Latest News

ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି

December 30, 2025

୨୦୨୬ ମସିହାରେ ଜିଓ ପ୍ଲାଟଫର୍ମର ଆଇପିଓ ଆସିବା ଘୋଷଣା

December 30, 2025

୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ଯୁଦ୍ଧ?: ଉତ୍ତେଜନା ବୃଦ୍ଧି କଲା ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ ରିପୋର୍ଟ 

December 30, 2025

ନୂଆବର୍ଷ ପୂର୍ବରୁ ଖୁସି ଖବର!: ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଲା ଭାରତ

December 30, 2025

କିଛି ବିଷୟ ପାଇଁ ପରୀକ୍ଷା ତାରିଖ ପରିବର୍ତ୍ତନ କଲା CBSE: ନୂତନ ବିଜ୍ଞପ୍ତି ଜାରି କଲା ବୋର୍ଡ

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.