ରମେଶ ମହାନ୍ତି
ଜଗତସିଂହପୁର : ଅଭିଯୋଗ ପରେ ପୀଡ଼ିତାଙ୍କୁ ବିବାହ କଲେ ପୋଲିସ୍ ଅଧିକାରୀ। କେନ୍ଦ୍ରାପଡା ଥାନାରେ ଏସ୍ଆଇ ଭାବରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଚାକିରି ଓ ବିବାହର ପ୍ରଲୋଭନ ଦେଖାଇ ଏକ ବର୍ଷ ଧରି ଶାରିରୀକ ସମ୍ପର୍କ ରଖି ଆସିଥିଲେ ବୋଲି ଯୁବତୀ ଜଣକ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ଅଭିଯୁକ୍ତ ପୋଲିସ୍ ଅଧିକାରୀ ଜଣକ ସମ୍ପୃକ୍ତା ଯୁବତୀଙ୍କୁ ବିବାହ କରିଛନ୍ତି । ଉଭୟ ପକ୍ଷ ଏହି ବିବାହରେ ରାଜିଥିବାର ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଜନୈକ ଯୁବ ପୋଲିସ୍ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ କୁଜଙ୍ଗର ଜନୈକ ଯୁବତୀ। କେନ୍ଦ୍ରାପଡା ଥାନାରେ ଏସ୍ଆଇ ଭାବରେ କାର୍ଯ୍ୟରତ ଏହି ଏସ୍ଆଇ ଜଣଙ୍କ ଚାକିରି ଏବଂ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଏକ ବର୍ଷ ଧରି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସିଥିଲେ ବୋଲି ଯୁବତୀ ଜଣକ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାକୁ ତିର୍ତ୍ତୋଲ୍ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦୀପକ ରଞ୍ଜନ ଜେନା ଓ କୁଜଙ୍ଗ ଥାନା ସବ୍ଇନ୍ସପେକ୍ଟର ଶୁଭ୍ରଜିତ୍ ଦାସ ତଦନ୍ତକରୁଥିବାବେଳେ ଉଭୟ ପକ୍ଷକୁ ବୁଝାଶୁଝା କରିଥିଲେ। ଏହା ପରେ ଅଭିଯୁକ୍ତ ଜଣକ ମନ୍ଦିରରେ ଯୁବତୀଙ୍କୁ ବିବାହ କରିଥିବାର ସୂଚନା ରହିଛି।