Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶାସନ ନିଦାବିଷ୍ଣୁ: ଶୋଚନୀୟ ଅବସ୍ଥାରେ ବାଣପୁର-ବାଲେଡିହ ପୁରୁଣା ରାସ୍ତା
ଆଜିର ଖବର

ପ୍ରଶାସନ ନିଦାବିଷ୍ଣୁ: ଶୋଚନୀୟ ଅବସ୍ଥାରେ ବାଣପୁର-ବାଲେଡିହ ପୁରୁଣା ରାସ୍ତା

June 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ନାରାୟଣ ପୁର ମୌଜାର ପୁରାତନ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ବାଣପୁରରୁ ବାଲେଡିହ ପର୍ଯ୍ୟନ୍ତ ୩ କିମି ଦୀର୍ଘ ବିଶିଷ୍ଟ ଏହି ରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ଅସରାଏ ବର୍ଷା ହେଲେ ଏହା ଉପରେ ଚାଲି କରି ଯିବା ମଧ୍ୟ ଅସମ୍ଭବ। ୧୫ ବର୍ଷରୁ ଅଧିକ ସମୟ ଧରି ରାସ୍ତାର ମରାମତି ହୋଇନଥିବା ବେଳେ ୫ ବର୍ଷ ତଳେ କେବଳ ମୋରମ ପଡିଥିଲା। ବାଣପୁର ବଜାର ନିକଟରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଏହି ରାସ୍ତାଟି ଅତୀତରେ ଭବାନୀପୁର ପଞ୍ଚାୟତର ମୁଖ୍ୟ ରାସ୍ତା ଭାବରେ ବ୍ୟବହୃତ ହେଉଥିଲା। ସବ୍‌ଜେଲ୍‌ ନିକଟରେ ନୂତନ ରାସ୍ତା ନିର୍ମାଣ ପରେ ପଞ୍ଚାୟତର ଅଧିକାଂଶ ଗ୍ରାମବାସୀ ନୂତନ ରାସ୍ତାକୁ ବ୍ୟବହାର କରୁଛନ୍ତି। ତେବେ ପୁରାତନ ରାସ୍ତାକୁ ବ୍ୟବହାର କରୁଥିବା ୫୦ ରୁ ଅଧିକ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଖରାପ ରାସ୍ତା ନେଇ ଦୀର୍ଘଦିନ ଧରି ନାରାୟଣପୁର ମୌଜା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଜନ ପ୍ରତିନିଧି ଏହା ପ୍ରତି କର୍ଣ୍ଣପାତ କରୁନାହାନ୍ତି। ୨୦୦୯-୧୪ ପର୍ଯ୍ୟନ୍ତ ବିଧାୟକ ରହିଥିବା ରଘୁନାଥ ସାହୁ, ୨୦୧୪-୧୯ ପର୍ଯ୍ୟନ୍ତ ବିଧାୟକ ରହିଥିବା ବିଭୂତି ଭୂଷଣ ହରିଚନ୍ଦନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ସେହିପରି ଚଳିତ ସାଧାରଣ ନିର୍ବାଚନର ଏହି ରାସ୍ତା ନିର୍ମାଣ ନେଇ ସମସ୍ତ ରାଜନୈତିକ ଦଳର ନେତାଙ୍କ ଠାରୁ ଅନେକ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ସେହିପରି ଭବାନୀପୁର ପଞ୍ଚାୟତର ସରପଞ୍ଚ ରୀନା ଦେଈ, ସରପଞ୍ଚ ପ୍ରତିନିଧି ନାରାୟଣ ସାହୁ ଏବଂ ନାଏବ ସରପଞ୍ଚ  ଦେବବ୍ରତ ବଡ଼ଜେନାଙ୍କ ନିକଟରେ ନିୟମିତ ଭାବରେ ରାସ୍ତାକୁ ନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନେ ଏହା ପ୍ରତି କର୍ଣ୍ଣପାତ କରୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ବର୍ଷାଋତୁ ଆସିନଥିବା ବେଳେ ଅସରାଏ ବର୍ଷାରେ ରାସ୍ତାର ଏପରି ଅବସ୍ଥା ହୋଇଥିବା ବେଳେ ଅଧିକ ବର୍ଷାରେ ରାସ୍ତାର ଅବସ୍ଥା ସହଜେ ଅନୁମେୟ। ତେଣୁ ବର୍ଷା ଋତୁ ପୂର୍ବରୁ ରାସ୍ତା କାମ କରିବା ପାଇଁ ଦାବି କରାଯାଇଛି। ଏହି ଘଟଣାରେ ନାରାୟଣ ପୁର ମୌଜା ଗ୍ରାମର ବ୍ୟକ୍ତିବିଶେଷ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ଲକ୍‌ ଘେରାଉର ଧମକ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନୋର ନୂତନ ଆଞ୍ଚଳିକ କେନ୍ଦ୍ର

October 7, 2025

ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା, ପାଣିପାଗ ବିଭାଗର ସୂଚନା

October 7, 2025

ବ୍ରହ୍ମପୁର ଓକିଲ ହତ୍ୟା ଘଟଣା, କଲମ ଛାଡ ଆନ୍ଦୋଳନ ଡାକରା ଦେଲା ଓଡିଶା ବାର କାଉନସିଲ

October 7, 2025

ସ୍ୱଚ୍ଛତା ଏବଂ କାର୍ଯ୍ୟଦକ୍ଷତା ପାଇଁ ଗୃହ ମନ୍ତ୍ରଣାଳୟର ‘ସ୍ୱତନ୍ତ୍ର ଅଭିଯାନ’

October 7, 2025
Latest News

ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନୋର ନୂତନ ଆଞ୍ଚଳିକ କେନ୍ଦ୍ର

October 7, 2025

ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା, ପାଣିପାଗ ବିଭାଗର ସୂଚନା

October 7, 2025

ଦେଶରେ 894 କିମି ଲମ୍ବ ଚାରିଟି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

October 7, 2025

ବ୍ରହ୍ମପୁର ଓକିଲ ହତ୍ୟା ଘଟଣା, କଲମ ଛାଡ ଆନ୍ଦୋଳନ ଡାକରା ଦେଲା ଓଡିଶା ବାର କାଉନସିଲ

October 7, 2025

ଦେଶରେ 894 କିମି ଲମ୍ବ ଚାରିଟି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.