
କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଗଞ୍ଜାମରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କରୋନା ଯୋଦ୍ଧା ଅଛନ୍ତି। ଗଞ୍ଜାମ ଜିଲ୍ଲାର ପୁଣି ତିନିଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଶେରଗଡ଼ର ଜଣେ,ଚିକିଟି ବ୍ଲକର ଦୁଇଜଣ ଏବଂ ସାନଖେମୁଣ୍ଡି ବ୍ଲକର ଜଣେ ବ୍ୟକ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।ଏହା ପୂର୍ବରୁ ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଥିଲେ।କରୋନା ଯୋଦ୍ଧାମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ତତ୍ ସହିତ କରୋନା ଯୋଦ୍ଧା ଆକ୍ରାନ୍ତ ହେବାକୁ ଭୟଭୀତ ନହୋଇ ସାଧାରଣ ଜନସାଧାରଣଙ୍କ ସେବାରେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଓ ଏସପି ଆହ୍ବାନ କରିବା ଜଣାପଡିଛି।