ଆସନ୍ତା ୩୦ ତାରିଖ ଯାଏଁ ଗଞ୍ଜାମ ଲକ୍‌ ଡାଉନ୍‌

Published: Jun 14, 2020, 11:17 am IST

ଗଞ୍ଜାମ: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ। ୧୪ ତାରିଖରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଜାରି ରହିବ ବୋଲି ସୂଚନା ରହିଛି। ତେବେ ଏହି ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ। ତେବେ ବସ୍‌, କାର ଓ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ। ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଏହି ସମୟରେ କେହି ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ତେବେ  ଶନି ଓ ରବିବାର ପୂର୍ବବତ୍‌ ସଟ୍‌ଡାଉନ ଜାରି ରହିବ। ସେହିପରି ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଆଜି ଜିଲ୍ଲାରୁ ଆଉ ଜଣକଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କସଂଖ୍ୟା ୬୦୦ ଟପିଛି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Related posts