ବାନ୍ତି ହେବାର ବାହାନା କରି ପୋଲ ଉପରୁ ନଦୀକୁ ଡେଇଁଲେ ନବବିବାହିତା ବଧୂ

Published: Jun 14, 2020, 5:07 pm IST

ରାଜସ୍ଥାନ : ରାଜସ୍ଥାନରେ ସବାଈ ମାଧୋପୁରର ଏକ ବିବାହ ପରି ଖୁସି ଉତ୍ସବଟି ଦୁଃଖରେ ପରିଣତ ହୋଇଛି । ନବବିବାହିତା ବଧୂ ଜଣକ ରାସ୍ତାରେ ଗାଡି ଅଟକାଇ ନଦୀ ଭିତରକୁ ଡେଇଁପଡିଛନ୍ତି । ଏହା ଦେଖି ବର ସମେତ ବରର ଘର ଲୋକେ ହତଚକିତ ହୋଇପଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସବାଇ ମାଧୋପୁରର ଅଲ୍ଲାପୁର ଗ୍ରାମରେ ଧୁମ୍‌ଧାମ୍‌ରେ ଜଣେ ଯୁବତୀଙ୍କ ବିବାହ ହୋଇଥିଲା । ବିବାହ ପରେ ଯୁବତୀ ଜଣକ ନିଜ ସ୍ବାମୀଙ୍କ ସହିତ ପ୍ରଥମ ଥର ପାଇଁ ଶାଶୁ ଘରକୁ ଯାଉଥିଲେ । ଯିବା ରାସ୍ତାରେ ଚମ୍ବଲ ନଦୀ ପୋଲ ଉପରେ ସେ ବାନ୍ତି କରିବା ପାଇଁ ଗାଡି ଅଟକାଇଥିଲେ । ଯୁବତୀ ଜଣକ ବାନ୍ତି କରିବା ପାଇଁ ଗାଡିରୁ ବାହାରି ହଠାତ୍‌ ସେ ପୋଲ ଉପରକୁ ଚଢି ନଦୀକୁ ଡେଇଁ ପଡିଥିଲେ । ଯୁବତୀଙ୍କର ହଠାତ୍‌ ଏପରି କାର୍ଯ୍ୟକୁ ଦେଖି କେହି କିଛି ବୁଝିପାରିନଥିଲେ । ଏହା ପରେ ବର ସମେତ ବରଘର ଲୋକେ ଚିଲ୍ଲାଇଥିଲେ। ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ବୋଟ୍‌ ଜରିଆରେ ନଦୀ ଭିତରୁ ବଧୂକୁ ଖୋଜିଥିଲେ । କିନ୍ତୁ ବଧୂଙ୍କ କୌଣସି ଖୋଜ ଖବର ମିଳିନଥିଲା ।

ବିବାହ ସମୟରେ ବେଶ୍‌ ଖୁସି ଥିବା ଯୁବତୀ ଜଣକ ହଠାତ୍‌ ଏପରି କାର୍ଯ୍ୟ କ’ଣ ପାଇଁ କଲେ ସେନେଇ କୌଣସି ସୂଚନା ମିଳିପାରିନାହିଁ । ତଥାପି ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରହିଛି । (ଏଜେନ୍ସି)

Related posts