
ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଗଣେଶ ମାର୍କେଟ କମ୍ପଲେକ୍ସ ସିଲ୍ କରାଯାଇଛି । ଲକ୍ଡାଉନ୍ରେ ଖୋଲା ରହିଥିବାର ପ୍ରଶାସନ ସିଲ୍ କରିଛି । ଜିଲ୍ଲାରେ ଗତକାଲିଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ କରାଯିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି । ସେହିପରି ସକାଳ 7ଟାରୁ ଅପରାହ୍ନ 12ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲାଯାଇପାରିବ ବୋଲି ନିର୍ଦ୍ଦେଶ ରହିଛି । ଜିଲ୍ଲାରେ ବସ୍, ଅଟୋ ଆଦି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।
ସୂଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
Tags: ବ୍ରହ୍ମପୁର, ମାର୍କେଟ୍ ସିଳ୍