Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଲୁ ଓ ମଣିଷ ଲଢେଇ : 2 ବ୍ୟକ୍ତିଙ୍କ ସହିତ ପ୍ରାଣ ହରାଇଲା ଭାଲୁ
ଆଜିର ଖବର

ଭାଲୁ ଓ ମଣିଷ ଲଢେଇ : 2 ବ୍ୟକ୍ତିଙ୍କ ସହିତ ପ୍ରାଣ ହରାଇଲା ଭାଲୁ

June 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ :ଗତକାଲି ରେଢାଖୋଲ ବଣିଆଁବନ୍ଧରେ ଭାଲୁ ମଣିଷ ଲଢେଇରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଥିଲା । ଦୁଇ ଜଣ ବ୍ୟକ୍ତି ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନକୁ ବଂଚାଇ ଦେଇଥିଲେ । ଆହତ ହୋଇଥିବା ବ୍ୟକ୍ତିଜଣଙ୍କ କୌଶଳ କ୍ରମେ ଗାଁକୁ ପଳାଇବାରେ ସକ୍ଷମ ହୋଇଥିଲେ । ରେଢାଖୋଲ ଅଂଚଳରେ ଏଇ ଘଟଣାଟି ଚାଂଚଲ୍ୟ ସୃଷ୍ଟି କରିଛି ।

ରେଢାଖୋଲ ଅଂଚଳ ହେଉଛି ଅରଣ୍ୟାଚ୍ଛାଦିତ୍ୟ ଅଂଚଳ । ରେଢାଖୋଲ ଅଂଚଳରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଏବେ ଭାଲୁ ମଣିଷ ଲଢେଇ ଚାଲିଛି । ଏଇ କିଛି ବର୍ଷ ହେଲା ରେଢାଖୋଲ ଉପଖଣ୍ଡରେ ହାତୀ ଆକ୍ରମଣରେ ବହୁ ଧନ ଜୀବନ ଗଲାଣି । ଏବେ ଭାଲୁ ଆକ୍ରମଣରେ ମଧ୍ୟ ଦୁଇ ଜଣଙ୍କୁ ଜୀବନ ହାରିବାକୁ ପଡିଛି । ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଗତକାଲି ବଡବାହାଳ ରେଞ୍ଜର ବଣିଆଁବନ୍ଧର ୫ ଜଣ ନିକଟସ୍ଥ ଟାଲ ଗ୍ରାମ ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଏଇ ଅଭାବନୀୟ ଘଟଣା ଘଟିଥିଲା । ଭାଲୁ ଓ ୫ ଜଣ ଲୋକ ମଧ୍ୟରେ ହିଁ ଲଢେଇ ହୋଇଥିଲା । ଲୋକଙ୍କ ପ୍ରତି ଆକ୍ରମଣରେ ଭାଲୁଟି ମଧ୍ୟ ପ୍ରାଣ ହରାଇଛି । ଆଜି ଭାଲୁର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବୋଲି ଜଣା ପଡିଛି । ଏହି ଘଟଣାକୁ ନେଇ ଗାଆଁରେ ଶୋକର ଛାୟା ଖେଳିଯାଇଛି । ମୃତ ପରିବାରକୁ ସରକାର ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଲେ ଦର୍ଶକ

January 26, 2026

ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ

January 26, 2026

ଆମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା ମାମଲା: ସୂଚନା ପ୍ରତ୍ୟାହାର କଲେ ଜିଲ୍ଲାପାଳ

January 26, 2026

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି: ଧର୍ମେନ୍ଦ୍ର ପ୍ରଧାନ

January 26, 2026
Latest News

ଶେଖ୍ ହସିନାଙ୍କ ସରକାରକୁ ଭାଙ୍ଗିବା ପଛରେ ଆମେରିକାର ହାତ?: ଲିକ୍ ହେଲା ରେକର୍ଡିଂ

January 26, 2026

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଲେ ଦର୍ଶକ

January 26, 2026

ଚନ୍ଦ୍ରଭାଗାର ଦିବ୍ୟ ଜଳ ସିଞ୍ଚନ କରି ବୁଡ଼ରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ

January 26, 2026

ଆମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା ମାମଲା: ସୂଚନା ପ୍ରତ୍ୟାହାର କଲେ ଜିଲ୍ଲାପାଳ

January 26, 2026

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି: ଧର୍ମେନ୍ଦ୍ର ପ୍ରଧାନ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.