କିନ୍ନର ବୋଲି ସମ୍ବୋଧନ କରିବାରୁ 16 ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା

Published: Jun 17, 2020, 1:24 pm IST

ବରେଲୀ : ଉତ୍ତର ପ୍ରଦେଶର ଜଣେ 16 ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଦଶମ ଶ୍ରେଣୀର ଛାତ୍ରଙ୍କୁ ସାଙ୍ଗ ମାନେ କିନ୍ନର ବୋଲି ସମ୍ବୋଧନ କରିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ବରେଲୀର ସୁଭାଷ ନଗରରେ ରହୁଥିବା 16 ବର୍ଷୀୟ ବାଳକ ଜଣକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ବଡଭାଇ ପାଖ ଘରେ ପାଠ ପଢୁଥିବା ସମୟରେ ସେ ଆତ୍ମହତ୍ୟା କରିଥିଲେ ।

ନିଜ ଆତ୍ମହତ୍ୟା ନୋଟ୍‌ରେ ସମସ୍ତେ ତାଙ୍କୁ କିନ୍ନର ବୋଲି ସମ୍ବୋଧନ କରୁଥିବା ନେଇ ଉଲ୍ଲେଖ କରିଛନ୍ତି ଯୁବକ । ତାଙ୍କ ଶରୀର ଝିଅଙ୍କ ପରି ହୋଇଥିବାରୁ ସାଙ୍ଗସାଥୀ ଏବଂ ପଡୋଶୀ ତାଙ୍କୁ କିନ୍ନର ବୋଲି ସମ୍ବୋଧନ କରୁଥିଲେ । ଏହା ସହିତ ଆଗାମୀ ଜନ୍ମରେ ଝିଅ ହୋଇ ଜନ୍ମ ନେବାକୁ ପସନ୍ଦ କରିବେ ବୋଲି ନିଜ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ବାଳକ ଜଣକ । (ଏଜେନ୍ସି)

Related posts