ପିତାଙ୍କ ଇଚ୍ଛା ପୂରଣ ପାଇଁ କାଠ କଣ୍ଢେଇକୁ ବିବାହ କଲେ ଯୁବକ

Published: Jun 19, 2020, 3:11 pm IST

ପ୍ରୟାଗରାଜ : ସାଧାରଣତଃ ଜଣେ ଝିଅ ଓ ପୁଅ ମଧ୍ୟରେ ବାହାଘର ହୋଇଥାଏ । କିନ୍ତୁ ପ୍ରୟାଗରାଜରେ ହୋଇଥିବା ଏକ ବିବାହକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । ନିଜ ପିତାର ଇଚ୍ଛା ପୂରଣ କରିବା ପାଇଁ କାଠ କଣ୍ଢେଇକୁ ବିବାହ କରିଛନ୍ତି ଜଣେ ଯୁବକ । ବାହାଘରର ସମସ୍ତ ରୀତି ଓ ନୀତି ଅନୁଯାୟୀ ଯୁବକ ଜଣକ କାଠ କଣ୍ଢେଇକୁ ବିବାହ କରିଛନ୍ତି ।

ପ୍ରୟାଗରାଜର ଘୁରୁପୁର ଥାନା ଅଞ୍ଚଳର ମନକବାର ଗ୍ରାମର 90 ବର୍ଷୀୟ ଶିବ ମୋହନଙ୍କ 9ଜଣ ପୁତ୍ର ଥିଲେ । ସମସ୍ତ ଛୋଟ ପୁତ୍ରର ନାମ ହେଉଛି ପଞ୍ଚରାଜ । ଯାହାଙ୍କ ବାହାଘର ହୋଇନଥିବାସ୍ଥଳେ ଅନ୍ୟ ସମସ୍ତ ଭାଇଙ୍କର ବାହାଘର ସରିଥିଲା । କିଛି କାରଣ ପାଇଁ ପଞ୍ଚରାଜଙ୍କ ବିବାହ ହୋଇପାରୁନଥିବା ସ୍ଥଳେ ବୃଦ୍ଧ ପିତାଙ୍କର ସାନ ପୁଅର ବାହାଘର ଦେଖିବା ପାଇଁ ଇଚ୍ଛା ରହିଥିଲା । ନିଜ ଜୀବନ କାଳ ଭିତରେ ସେ ତାଙ୍କ ସମସ୍ତ ପୁତ୍ରକୁ ବିବାହ କରିବାକୁ ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ସାନ ପୁଅର ବାହାଘର ହୋଇନଥିବା ଯୋଗୁଁ ସେ ସର୍ବଦା ଚିନ୍ତିତ ରହୁଥିଲେ । ପିତା ଶିବମୋହନ ପଣ୍ଡିତଙ୍କୁ ଡାକି ନିଜ ସାନପୁଅର ବାହାଘର କରାଇବା ପାଇଁ ସଂକଳ୍ପ ମଧ୍ୟ ନେଇଥିଲେ । ଏପରି କ୍ଷେତ୍ରରେ ସାନ ପୁତ୍ର ପଞ୍ଚରାଜ ବୃଦ୍ଧ ପିତାଙ୍କ ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ କାଠ ପିତୁଳାକୁ ବିବାହ କରିବା ପାଇଁ ରାଜି ହୋଇଥିଲେ।

ପୁରୋହିତଙ୍କ ଦ୍ବାରା ବିବାହ ମୁହୂର୍ତ୍ତ ଧାର୍ଯ୍ୟ ହେବା ପରେ ସମସ୍ତ ବିଧି ବିଧାନ ଅନୁସାରେ ବାହାଘର ଅନୁଷ୍ଠିତ ହୋଇଥିଲା । ଲକ୍‌ଡାଉନ୍‌ ନିୟମ ପାଳନ କରି ବରଯାତ୍ରୀମାନେ ପହଞ୍ଚିବା ସହିତ ଭୋଜି ଭାତ ସହ କାଠ କଣ୍ଢେଇ ସହ ପଞ୍ଚରାଜଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।(ଏଜେନ୍ସି

Related posts