ଗଂଜାମରେ ପୁଣି ୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Published: Jun 21, 2020, 8:32 am IST

ଗଞ୍ଜାମ : ଗଂଜାମ ଜିଲ୍ଲାରେ ପୁଣି ନୂତନ ପଜିଟିଭ ଥିବା 38 ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ଏହି 38 ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ 10 ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ଗତ 19 ତାରିଖରେ ମଧ୍ୟ ଜିଲ୍ଲାରୁ 6 ଜଣ କରୋନା ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଆଜି ଚିହ୍ନଟ ହୋଇଥିବା 10 ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରେ ଛତ୍ରପୁରରୁ ଜଣେ, ଚିକିଟିରୁ 2ଜଣ, ଗଂଜାମରୁ ଜଣେ, ପୋଲସରାରୁ 3 ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ, ଭଂଜନଗରରୁ ଜଣେ ଓ କବିସୂର୍ଯ୍ୟନଗରରୁ ଜଣେ ରହିଛନ୍ତି ।  ସେହିଭଳି କରୋନା ସଂକ୍ରମିତଙ୍କ ସଂସର୍ଶରେ ଆସି 20 ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ଆସିକାରୁ 2 ଜଣ, ବେଗୁନିଆପଡ଼ାରୁ 6 ଜଣ, ବେଲଗୁଣ୍ଠାରୁ ଜଣେ, ପୋଲସରାରୁ ଜଣେ, ଗଂଜାମରୁ 2 ଜଣ, କବିସୂର୍ଯ୍ୟନଗରରୁ 5 ଜଣ, ସୋରଡାରୁ 2 ଜଣ ଓ ଧରାକୋଟରୁ ଜଣେ । ଚିହ୍ନଟ ହୋଇଥିବା ଅନ୍ୟ 8 ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ରହିଛି । ସୁରତ ଫେରନ୍ତା 4 ଜଣ, ତାମିଲନାଡୁ, ମହରାଷ୍ଟ୍ର, ବେଙ୍ଗାଲୁରୁ ଓ କେରଳ ଫେରନ୍ତା ଜଣେ ଲେଖାଏଁ ରହିଛନ୍ତି । ଏହି 8 ପଜିଟିଭ୍‌ଙ୍କ ମଧ୍ୟରେ ବେଲଗୁଣ୍ଠାରୁ ଜଣେ, ବେଗୁନିଆପଡ଼ାରୁ ଜଣେ, ପାତ୍ରପୁରରୁ ଜଣେ, ପୋଲସରାରୁ ଜଣେ, ପୁରୁଷୋତ୍ତମପୁରରୁ ଜଣେ, ଶେରଗଡ଼ରୁ ଜଣେ ଓ କବିସୂର୍ଯ୍ୟନଗରରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଏଥି ସହିତ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 891ରେ ପହଞ୍ଚିଛି । ମୋଟ 658 ଜଣ ସୁସ୍ଥ ହୋଇଥିବା ବେଳେ 6 ଜଣଙ୍କର ମୃତ୍ୟୁ ହୋଇଛି । ଏବେ କୋଭିଡ-19 ହସ୍‌ପିଟାଲରେ 227 ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

Related posts