ଯୋଗ ଦିବସରେ ଯୋଗ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ, ଅଠର ହଜାର ଫୁଟ ଉଚ୍ଚସ୍ଥାନରେ ଯୋଗ କଲେ ଆଇଟିବିପିର ଯବାନ

Published: Jun 21, 2020, 9:06 am IST

ନୂଆଦିଲ୍ଲୀ :  ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଜୁନ୍‌ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଥାଏ । 2015ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ ଯୋଗ ଦିବସର ଥିମ୍‌ ରହିଛି ‘ୟୋଗା ଆଟ୍‌ ହୋମ୍‌ ଆଣ୍ଡ୍‌ ୟୋଗ୍‌ ଫର୍‌ ହେଲଥ୍‌’ । ତେବେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ  କରିଛନ୍ତି। କରୋନା ସଂକଟ ସମୟରେ ଯୋଗାଭ୍ୟାସ ଓ ପ୍ରାଣାୟମ ଅତ୍ୟନ୍ତ ଆବଶ୍ୟକ ବୋଲି ମୋଦି କହିଛନ୍ତି । କରୋନାକୁ ହରାଇବା ପାଇଁ ଯୋଗାଭ୍ୟାସ ଜରୁରୀ ବୋଲି କହିଛନ୍ତି ମୋଦି । ଯୋଗ ସାଧକ ସଂକଟ ବେଳେ ଧେର୍ଯ୍ୟଚ୍ୟୁତ ହୁଏ ନାହିଁ । ଯୋଗାଭ୍ୟାସ ଦ୍ବାରା ଘରେ, ପରିବାରରେ ଉର୍ଜାର ସଞ୍ଚାର ହୋଇଥାଏ ବୋଲି ମୋଦି କହିଛନ୍ତି ।

ସେହିପରି ଇଣ୍ଡୋ ତିବତୀୟ ବୋର୍ଡର ପୋଲିସ (ଆଇଟିବିପି)ର ଯବାନମାନେ ମଧ୍ୟ ଆଜି ଯୋଗ କରିଛନ୍ତି । ଆଇଟିବିପିର ଯବାନମାନେ ଲଦାଖରେ ଯୋଗ କରିଛନ୍ତି । ଭୂପୃଷ୍ଠ ଠାରୁ 18 ହଜାର ଫୁଟ ଉଚ୍ଚରେ ଥାଇ ଯବାନମାନେ ବରଫକୁ ଖାତିର ନକରି ଯୋଗ କରିଛନ୍ତି । ସେହିଭଳି ଆଇଟିବିପି ଯବାନର ଅନ୍ୟ ଏକ ଗୋଷ୍ଠୀ ଭାରତ-ଚୀନ ସୀମାରେ ଯୋଗାଭ୍ୟାସ କରିଥିବାର ସୂଚନା ରହିଛି । ଉତ୍ତରାଖଣ୍ଡର ବ୍ରଦିନାଥ ନିକଟ ବସୁନ୍ଧରା ଗ୍ଲାସରିୟସ ଠାରେ ସେମାନେ ଯୋଗ କରିଛନ୍ତି ।

 

Related posts