ପୁନିତ୍‌ ହେଲେ ‘ଖତରୋଁ କେ ଖିଲାଡି ସିଜିନ୍‌ -୯ର ବିଜେତା

Published: Mar 11, 2019, 5:41 pm IST
punit wins chompian trophy of khatron ke khiladi sesseon 9

କର୍ଲସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ ସିଜିନ୍‌ ୯ର ବିଜେତା ହୋଇଛନ୍ତି ପୁନୀତ୍‌ ପାଠକ । ସେ ଏହି ଶୋ’ର ବିଜେତା ହୋଇ ୨୦ ଲକ୍ଷଟଙ୍କା, କାର୍‌ ସହ ଟ୍ରଫି ଜିତିଛନ୍ତି । ଫାଇନାଲ୍‌ ରାଉଣ୍ଡରେ ଆଦିତ୍ୟ ନାରାୟଣଙ୍କ ସହ ତାଙ୍କର କଡା ଟକ୍କର ରହିଥିଲା । ଷ୍ଟଣ୍ଟକୁ ନେଇ ଏହି ରିଅଲିଟି ଶୋ’ର ଟପ୍‌ ୩ ପ୍ରତିଯୋଗୀ ଥିଲେ, ପୁନୀତ୍‌ ପାଠକ, ଆଦିତ୍ୟ ନାରାୟଣ ଓ ରିଦ୍ଧିମା ପଣ୍ଡିତ୍‌ । ଏହି ଶୋ’ର ହୋଷ୍ଟ ଥିଲେ ରୋହିତ ସେଟ୍ଟି । ଏହି ସିଜିନ୍‌ରେ କ୍ରିକେଟର ଶ୍ରୀଶାନ୍ତ, ବିଗ୍‌ବସ୍‌ ଫେମ୍‌ ବିକାଶ ଗୁପ୍ତା, ଭାରତୀ ସିଂ ଓ ତାଙ୍କ ପତି ହର୍ଷ, ଅଭିନେତା ଏଲେ ଗୋନି, ଅଭିନେତ୍ରୀ ସମିତା ସେଟ୍ଟି, ଗାୟକ ଅଭିନେତା ଆଦିତ୍ୟ ନାରାୟଣ, ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଫେମ୍‌ ତଥା ଡ୍ୟାନ୍ସ ପ୍ଲସ୍‌ର ଜଜ୍‌ ପୁନିତ୍‌‌ ଜେ. ପାଠକ, ଅଭିନେତ୍ରୀ ରିଦ୍ଧିମା ପଣ୍ଡିତ୍‌, ଅଭିନେତା ଜୈନ୍‌ ଇମାମ୍‌, ବନ୍ଦଗୀ କଲ୍‌ରା, ଅଭିକା ଗୋର୍‌, ଜସ୍ମିନ୍‌ ଭାସିନ୍‌ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Related posts